Img 20251224 wa0242

ଜିଲ୍ଲାସ୍ତରୀୟ ଅନଲାଇନ ସୁରକ୍ଷା ଓ ସାଇବର ଉତ୍ପୀଡ଼ନ ନିହିତ କର୍ମଶାଳା  ଅନୁଷ୍ଠିତ

ରାଜ୍ୟ
ବାରିପଦା  :  ସ୍ଥାନୀୟ ଷ୍ଟାଡିଅମ କନଫରେନ୍ସ  ହଲ ଠାରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ବେଟି ପଢ଼ାଓ ଅନ୍ତର୍ଗତ ସାଇବର ସତର୍କତା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ  ପୋଲିସ  ଅଧିକ୍ଷକ ସବିତା ମାଝି ଯୋଗ ଦେଇ ସେ ତାଙ୍କ ବକ୍ତବ୍ୟ ରେ କହିଥିଲେ ଛୋଟ ପିଲା ଠାରୁ ବୟସ୍କ ବ୍ୟକ୍ତି ପର୍ଯନ୍ତ ସମସ୍ତେ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି ଏପରିକି  ଇନଷ୍ଟାଗ୍ରାମ, ହ୍ୱାଟ୍ସଅପ, ଫେସବୂକ ଇତ୍ୟାଦି ସୋସିଆଲ ମିଡ଼ିଆ ରେ ସକ୍ରିୟ ରହୁଛନ୍ତି ।  ଅପରାଧୀ ମାନେ ମଧ୍ୟ ସକ୍ରିୟ ହୋଇ ପ୍ରତି କ୍ଷେତ୍ରରେ ଠକେଇ ପାଇଁ ଉଦ୍ୟମ କରୁଛନ୍ତି ଆମେ ଯଦି ସତର୍କ ହେବ । ତେବେ ସାଇବର ଠକାମୀ ରୁ ବର୍ତି ପାରିବା ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପୋଲିସ ସାଇବର ସେଲ ର ଆଇ.ଆଇ ସି  ପ୍ରଦୀପ ମାଝି, ଓ କନେଷ୍ଟବଳ ଭକ୍ତ ବନ୍ଧୁ ବେହେରା, ପି.ପି.ଟି ମାଧ୍ୟମରେ ସାଇବର ଠକେଇ ଓ ତାହାର ସୁରକ୍ଷା ସମ୍ବନ୍ଧରେ ଆଲୋକପାତ କରିଥିଲେ, ଓ ଯୁଗ୍ମ ନିର୍ଦେଶକ ଆଇ. ଟି  ଅଜୟ କୁମାର ମହାପାତ୍ର ମଧ୍ୟ ସାଇବର   ଅପରାଧର ସଂଜ୍ଞା, ଠକାମୀ, ତାହାର ନିରାକରଣ, ସଚେତନତା ଓ ସତର୍କତା ସମ୍ପର୍କରେ ବିଷଦ ତଥ୍ୟ ଉପସ୍ଥାପନା କରିଥିଲେ, ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ  ନିହାରିକା ମହାନ୍ତି ଅଧ୍ୟକ୍ଷତା କରିବା ସହ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ କିଶୋର କିଶୋରୀ ଚାମ୍ପିୟନ ମାନଙ୍କୁ    ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ  ।  ଉକ୍ତକାର୍ଯ୍ୟକ୍ରମରେ  ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧୀକାରୀ ମମତା ମୟୀ ବିଶ୍ୱାଳ ସମେତ, ଶିଶୁ ବିକାଶ ପ୍ରକଳ୍ପ ଅଧୀକାରୀ, ଆଶା ଦିଦି, ଶିଶୁ ବିକାଶ ପରିଦର୍ଶୀକା, କିଶୋର, କିଶୋରୀ, ଶିକ୍ଷକ, ପି,ଆର.ଆଇ ମେମ୍ବର,   ପ୍ରମୁଖ ଉପସ୍ଥିତ ଥିଲେ ।  କାର୍ଯ୍ୟକ୍ରମ କୁ ଜିଲ୍ଲା ସୁରକ୍ଷା ଅଧୀକାରୀ ଶ୍ରୀମତୀ ସସ୍ମିତା ମହାନ୍ତି  ପରିଚାଳନା କରିଥିବା ବେଳେ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ସଂଯୋଜକ ସୀମାନ୍ତ ଦିଗାର ସମେତ ଅନ୍ୟ ହବ କର୍ମକର୍ତା ମାନେ ସହାୟତା କରିଥିଲେ ।
Shrutilipi ad