ବାରିପଦା: ଚଳିତ ଡିସେମ୍ବର 17 ତାରିଖ ଦିନ ସମଗ୍ର ମୟୂରଭଞ୍ଜ ବାସୀ ଏବଂ ଓଡିଆ ମାନଙ୍କ ପାଇଁ ଗର୍ବ ଓ ଗୌରବ ର ଦିନ ଥିଲା l ସେଦିନ ଥିଲା ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ଙ୍କ 155 ତମ ଜନ୍ମଦିବସ l ସେଭଳି ପବିତ୍ର ଦିନରେ କିଛି ପ୍ରଭାବଶାଳୀ ଲୋକଙ୍କୁ ସରକାରୀ ଜାଗା ବହୁମାତ୍ରାରେ ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବହୁ ସରକାରୀ ଜାଗା ଥିବା ସତ୍ତ୍ୱେ ବାରିପଦା ସହରର ପାଲବଣୀ ଏରିଆ ରୁ ପାଖାପାଖି ଥିବା ୨୭୦୦ ରୁ ଉର୍ଦ୍ଧ୍ଵ ଗଛ କାଟିବାରୁ ସବୁ ବୁଦ୍ଧିଜୀବୀ ମହାଲରେ ଏହାକୁ ନିନ୍ଦା କରାଯାଇଥିଲା, ସବୁ ଖବର କାଗଜ ରେ ଖବର ପ୍ରସାରଣ ପରେ ମଧ୍ୟ ସରକାର ଚୁପ ରହିବା ତତ ସହିତ ଦୀର୍ଘ ୪/୫ ମାସ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ଆମ ସଂଗଠନ ଭଞ୍ଜସେନା ପକ୍ଷରୁ ଦାବୀପତ୍ର ପ୍ରଦାନ କରିଥିଲୁ, ତାସ୍ୱତେ ସେହି ଜାଗାରେ ହଜାର ହଜାର ଗଛ କାଟି ବସଷ୍ଟାଣ୍ଡ କରିବାର ଜିଦ୍ ପ୍ରକୃତରେ ପ୍ରଭାବଶାଳୀ ଲୋକଙ୍କୁ ସରକାରୀ ଜାଗା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପ୍ରତ୍ୟକ୍ଷ ସହଯୋଗ କରୁଛି ବୋଲି ସଂଗଠନ ହୃଦବୋଧ କରିଥିଲା l ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ବାରିପଦା ସହରକୁ ପୂର୍ବରୁ ବିଶ୍ୱର ଉତ୍ତପ୍ତ ସହର ଭାବେ ମାନ୍ୟତା ପାଇଥିବା ଧାରାକୁ ଆଗାମୀ ବର୍ଷ ମାନଙ୍କ ମଧ୍ୟରେ ମଧ୍ଯ “ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ବାରିପଦା ରହୁ” ବୋଲି ଘୃଣ ଯୋଜନା କରିଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଅଛି l ଏଣୁ ଉକ୍ତ ବିଷୟ କୁ ନେଇ ଗତ କାଲି” x”ଯୋଗେ ଭଞ୍ଜସେନା ର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଜିଲ୍ଲା ପ୍ରଶାସନ ତଥା ମୁଖ୍ୟମନ୍ତ୍ରୀ ଙ୍କୁ ବାରିପଦା ସହର ତଥା ଆଖ ପାଖ ଅଞ୍ଚଳରେ 10 ରୁ 12 ଫୁଟ ଉଚତା ବିଶିଷ୍ଟ ଗଛ ମାନ ଲଗେଇବା ପାଇଁ ଅନୁରୋଧ କରିଥିଲେ l ତତସହିତ ପ୍ରତିଷ୍ଠାତା ଙ୍କ ଆହ୍ୱାନ କ୍ରମେ ଜିଲ୍ଲା ସଭାପତି ପିଣ୍ଟୁ ମାଇତି ଙ୍କ ନେତୃତ୍ୱ ରେ ଆଜି ବହୁ ଯୁବ କର୍ମୀ ଜିଲ୍ଲାପାଳ ଙ୍କ ଅଫିସ ସମୁଖରେ ଭିକ୍ଷବ ପଦର୍ଶନ କରିଥିଲେ l ଯେତେଦିନ ପର୍ଯ୍ୟନ୍ତ ମୟୁରଭଞ୍ଜ ମାଟି ମା କୁ ଲୁଣ୍ଠନ କରାଯାଉଥିବ ଏବଂ ଯେ ପର୍ଯ୍ୟନ୍ତ ବାରିପଦା ସବୁଜିମା ନ ହୋଇଥିବ ସେତେ ଦିନ ପର୍ଯ୍ୟନ୍ତ ମୟୁରଭଞ୍ଜ ପାଇଁ ଭଞ୍ଜସେନା ଜେ କୌଣସି ସ୍ତର କୁ ଯିବା ପାଇଁ ପଛଘୁଞ୍ଚା ଦେବନାହିଁ ବୋଲି ପ୍ରତିଷ୍ଠାତା ଶ୍ରୀ ଜେନା ପ୍ରକାଶ କରିଛନ୍ତି l
ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି , ଆବାହକ ରାକେଶ ବେହେରା, ଯୁବ ସଭାପତି ଏସ କେ ରାଜା ଖାନ, ମୁଖ ପାତ୍ର ଜ୍ୟୋତି ରଞ୍ଜନ ପୃଷ୍ଟି, ସଞ୍ଜୟ ମହାର୍ଣା, ରାଜା ଖାନ,ସଞ୍ଜୟ ମହାନ୍ତ, ସୁନୀଲ ମହାପାତ୍ର, ଦୀପକ କୁମାର ବେହେରା, ଜିତୁ ସିଂ, ଗୌରାଙ୍ଗ ଘଡେଇ,ପ୍ରଦୀପ ପଣ୍ଡା, ଗୌରବ ମହାନ୍ତି, ମୁକ୍ତିଦତ୍ତ ପରିଡା,ପ୍ରଶାନ୍ତ ଦାସ, ମନରଞ୍ଜନ ସାହୁ,ମୋନଜ ମହାନ୍ତି, ଦିବ୍ୟାୟୋତି ଦାସ, ପଦ୍ମଲୋଚନ ମୁଖି, ରୀତିକ ନାଥ,ଅର୍ଣ୍ଣବ ଦତ୍ତ,ଆନନ୍ଦ ପରିଡା,ଅନନ୍ତ ଘଡେଇ,ରଜନୀକାନ୍ତ ପୃଷ୍ଟି, ସୌମ୍ୟରଂଜନ ଦାଶବାବୁ,ଦେବାଶିଷ ନାୟକ, ଓମପ୍ରକାଶ ବାରିକ, ଲିପୁନ ପୃଷ୍ଟି, ପ୍ରିୟାଂଶୁ ଖଟୁଆ, ରୋହିତ ଖାନ, ଶୁଭମ ଦେ, ମାନସ ପାତ୍ର, ପିଣ୍ଟୁ ଅଲମ,ବୁଲୁ ଘଡେଇ, ଜୀବନ ସିଂ, ଲଖଣ ସିଂ, ଶିବୁ ସିଂ, ବାପି ସିଂ, ରାଜେଶ ଘଡେଇ, ତପନ, ଦେବୁ ପଲେଈ,ଜୟନ୍ତ ହାଁସଦା ଙ୍କ ସହିତ ଏକ ହଜାର ରୁ ଅଧିକ କର୍ମୀ ଉପସ୍ଥିତ ଥିଲେ l

