Images (2)

କୁସ୍ତି ଖେଳାଳିଙ୍କୁ ଅଣଦେଖା ପ୍ରସଙ୍ଗରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିକ୍ରିୟା; ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

ରାଜ୍ୟ

ଭୁବନେଶ୍ବର: ଟ୍ରେନର ଶୌଚାଳୟ ପାଖରେ ବସି ଓଡ଼ିଶାର କୁସ୍ତି ଖେଳାଳି ଉତ୍ତରପ୍ରଦେଶ ଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣାର ସତ୍ୟାସତ୍ୟ ଉପରେ ସରକାର ଅନୁଧ୍ୟାନ କରିବେ। ତଦନ୍ତ ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶରେ ହେବାକୁ ଥିବା ଜାତୀୟ ସ୍କୁଲ କୁସ୍ତି ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶାର ୧୬ ଜଣ ଯୁବ ଖେଳାଳି ଅତ୍ୟନ୍ତ ଦୟନୀୟ ଭାବରେ ଟ୍ରେନର ଶୌଚାଳୟ ପାଖରେ ବସି ଯାତ୍ରା କରିଥିବା ଜଣାପଡ଼ିଛି। ତେବେ ଦଶ ଜଣ ପୁଅ ଏବଂ ଆଠ ଜଣ ଝିଅଙ୍କୁ ନେଇ ତିଆରି ଏହି ଟିମର ଟିକେଟ କନଫର୍ମ ହୋଇ ନପାରିବାରୁ ସେମାନଙ୍କୁ ପ୍ରବଳ ଥଣ୍ଡାରେ ଟ୍ରେନର ସାଧାରଣ କୋଚ୍‌ର ଶୌଚାଳୟ ପାଖରେ ଯାତ୍ରା କରିବାକୁ ପଡିଥିଲା। ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସ୍ତରୀୟ ପ୍ରତିଯୋଗିତାକୁ ପଠାଯାଇଥିଲା।

ତେବେ ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ କଡା ନିନ୍ଦା କରାଯାଇଥିଲା।

Shrutilipi ad