Img 20251221 wa0361

ବିପଦସଙ୍କୁଳ ଅବସ୍ଥାରେ ନୂଆଗାଁ ପୋଲ

ରାଜ୍ୟ
ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ର ମାଣିକ ପୁର ପଂଚାୟତ ର ବିପଦସଙ୍କୁଳ ଅବସ୍ଥାରେ ନୂଆଗାଁ ପୋଲ l ପୋଲ ବହୁତ ପୁରୁଣା ହୋଇଥିବାବେଳେ ମରାମତି କରାଯାଉ ନ ଥିବାରୁ ଏହା ବିପଦସଙ୍କୁଳ ହୋଇପଡ଼ିଛି। ପୋଲ ଦେଇ କୌଣସି ଭାରିଯାନ ଗଲେ ଏହା ଜୋରରେ ହଲୁଥିବାରୁ କୌଣସି ମୁହୂର୍ତ୍ତରେ ଅଘଟଣ ଘଟିବା ଆଶଙ୍କା ଥିବା ବୁଦ୍ଧିଜୀବୀ କହିଛନ୍ତି।  କେତେବେଳେ ବି ଘଟିପାରେ ଅଘଟଣା l ସେତେବେଳେ କି ଚେତା ପଶିବ ପ୍ରଶାସନର l ତେବେ ପୋଲ ର ଅବସ୍ଥା ଶୋଚନୀୟ ଥିଲେ ମଧ୍ୟ ପ୍ରତିଦିନ ଶତାଧିକ ଭାରିଯାନ ଏହି ପୋଲ ଦେଇ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି।  ଉକ୍ତ ରାସ୍ତାରେ ପ୍ରତିଦିନ ନେତା,ସରକାରୀ ବାବୁ ମାନେ ଯିବା ଆସିବା କରୁଥିଲେ ମଧ୍ୟ ପୋଲ ର ଅବସ୍ଥା ଉପରେ କାହାର ନଜର ପଡୁ ନାହିଁ l ଏପରି ବିପଦ ସଂକୁଳ ପୋଲ ରେ ଯାତାୟତ କରିବା ଲୋକଙ୍କ ଜୀବନ ପ୍ରତି ଘୋର ବିପଦ l ତେଣୁ ତୁରନ୍ତ ପୋଲ ର ମରାମତି ପାଇଁ ବୁଦ୍ଧିଜୀବୀ ମହଲରୁ ଦାବୀ ପ୍ରକାଶ ପାଇଅଛି l
Shrutilipi ad