ବାରିପଦା : ମୟୁରଭଞ୍ଜ ଜିଲ୍ଲା ଅସନବଣୀ ଠାରେ ୧୯୯୫ ମସିହାରେ ପ୍ରତିଷ୍ଠା ହୋଇଥିବା କେରଳ ପବ୍ଲିକ ସ୍କୁଲର ୨୮ତମ ବାର୍ଷିକ ଉତ୍ସବ ପ୍ରିନ୍ସିପାଲ ଗୀତାଞ୍ଜଳୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ମନୋଜ୍ଞ ପରିବେଶ ଭିତରେ ଆୟୋଜିତ ହୋଇଯାଇଛି ।
ଡେପୁଟୀ କଲେକଟର ମାନସ ରଂଜନ ବେହେରା ଓ ଏସ.ଡି.ପି.ଓ. ଗୋକୁଳାନନ୍ଦ ସାହୁ, ତହସିଲଦାର ଅଶ୍ୱିନୀ କୁମାର ଭୂୟାଁ, ଆଇ.ଆଇ.ସି. ଜ୍ୟୋତି ପ୍ରକାଶ ସ୍ୱାଇଁ, ଡାକ୍ତର ସ୍ୱୟମ୍ବର ସିଂହ ଯଥାକ୍ରମେ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି, ବିଶେଷ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଅନେକ ଉପାଦେୟ ପରାମର୍ଶ ଦେବା ସହ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁଚ୍ୱ ଦେବା ସହିତ ଶିକ୍ଷାରୁ ବିରତି ନ ନେଇ ସର୍ବଦା ସତ୍ୟର ପଥିକ ହେବାକୁ କହିଥିଲେ । ରାଇରଙ୍ଗପୁର ଏଜୁକେସନାଲ ସୋସାଇଟିର ସଦସ୍ୟ ଟି.କେ. ବିଜୟନ, ଅରବିନ୍ଦ ବଗାଡିଆ, ରାମକୃଷ୍ଣ ମହାନ୍ତି, ମହେଶ ଶର୍ମା ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଂକୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଏକ ପୁରସ୍କାର ବିତରଣ ଉତ୍ସବରେ କେ.ପି.ଏସ. ର ନିର୍ଦେଶକ ଡାକ୍ତର ଶ୍ରୀକାନ୍ତ ନାୟାର ଏବଂ ପୂର୍ବତନ ପ୍ରିନ୍ସିପାଲ ସିନ୍ଧୁ ବିଜୟନ ଯୋଗ ଦେଇ ସ୍କୁଲରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଂକୁ ପୁରସ୍କୃତ କରିଥିଲେ ।
ସ୍କୁଲର ଉପାଧ୍ୟକ୍ଷା ସାକ୍ରୋ ଟୁଡୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶେଷରେ ଛାତ୍ରଛାତ୍ରୀ ମାନଂକ ଦ୍ୱାରା ଆକର୍ଷଣୀୟ ନୃତ୍ୟ ସଂଗୀତ ପରିବେଷଣ କରାଯାଇଥିଲା । ବହୁ ସଂଖ୍ୟାରେ ଉପସ୍ଥିତ ଥିବା ଅଭିଭାବକ, ନିମନ୍ତ୍ରିତ ଅତିଥି ଏହି ମନୋରଂକନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
