Img 20251221 wa0313

ବାରିପଦାରେ ୨ଦିନିଆ ସାଂସଦ ଖେଳ ମହୋତ୍ସବ ଉଦଘାଟିତ 

ରାଜ୍ୟ
ବାରିପଦା : ଆଜି ବାରିପଦା ସ୍ଥିତ ଷ୍ଟାଡିୟମ ପଡିଆ ଠାରେ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଆୟୋଜିତ ” ସାଂସଦ ଖେଳ ମହୋତ୍ସବ ” ଜିଲ୍ଲା ସ୍ତରୀୟ ଖେଳ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଖେଳ ମହୋତ୍ସବକୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ, ଜିଲ୍ଲା କ୍ରୀଡା ଅଧିକାରୀ ସୁଭାଶିଷ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ, ମୟୂରଭଞ୍ଜ ଆଥଲେଟିକ ଆସୋସିଏସନ ର ସମ୍ପାଦକ ବିଜୟ କୁମାର ଦାସ ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସାଂସଦ ମାନଙ୍କ ଦ୍ୱାରା  ସଂସଦୀୟ କ୍ଷେତ୍ରରେ କ୍ରୀଡାକୁ ଆଗ୍ରଅଧିକାର ଦେବା ସହିତ ଖେଳାଳୀ ମାନଙ୍କୁ ଆଗକୁ ବଢିବା ପାଇଁ ଉତ୍ସାହିତ କରିବା ଉଦେଶ୍ୟରେ ଏହାକୁ ଆୟୋଜନ କରାଯାଉଛି। ବିଶେଷ କରି ଗ୍ରାମାଞ୍ଚଳରେ କ୍ରୀଡାର ବିକାଶ ପାଇଁ  ସରକାରଙ୍କ ଏହା ଏକ ଅଭିନଵ ପ୍ରୟାସ। ଏହି ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ଟ ୨୦,୦୦୦/- ଓ ଦ୍ଵିତୀୟ ପୁରସ୍କାର ଟ ୧୫, ୦୦୦/- ରଖାଯାଇଛି ବୋଲି ପ୍ରକାଶ କରିଥିଲେ।
ସେହିପରି ଜିଲ୍ଲାପାଳ କହିଥିଲେ ଜିଲ୍ଳାରେ ଉତ୍ତମ କ୍ରୀଡା ପରିବେଶ ସୃଷ୍ଟି କରିବାପାଇଁ ବିଭିନ୍ନ ପ୍ରକାର ଯୋଜନା ହାତକୁ ନିଆଯାଇଛି ଯାହାକି ଆଗାମୀ ସମୟରେ ଖେଳାଳି ମାନଙ୍କ ପାଇଁ ବେଶ ସହାୟକ ହେବ। ବିଭିନ୍ନ ପ୍ରକାର ଖେଳକୁ ସାମିଲ କରାଯାଇ ପ୍ରଶିକ୍ଷଣ ମାଧ୍ୟମରେ ଖେଳାଳୀ ମାନଙ୍କୁ ଉପଯୁକ୍ତ ବନାଯିବ  ଯଦ୍ୱାରା ସେମାନେ ବିଭିନ୍ନ ପ୍ରକାର ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ ସହିତ ଶ୍ରେଷ୍ଠତା ପ୍ରତିପାଦନ କରିବା ପାଇଁ ସକ୍ଷମ ହୋଇପାରିବେ।
ଉକ୍ତ କାର୍ଯ୍ୟକ୍ରମରେ ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିବାବେଳେ ଏହି ପ୍ରତିଯୋଗିତାର ମୁଖ୍ୟ ସଂଯୋଜକ ସୁନୀଲ କୁମାର ମହାନ୍ତ ଓ ଗଣମାଧ୍ୟମ ସଂଯୋଜକ ଦିବ୍ୟରଞ୍ଜନ ମହାନ୍ତ ଖେଳ ପରିଚାଳନାରେ ସହଯୋଗ କରିଥିଲେ I
ପ୍ରକାଶ ଥାଉକି ଉକ୍ତ ଖେଳ ପ୍ରତିଯୋଗିତା ରେ ଜିଲ୍ଲାରୁ ୩୨ଟି ପୁରୁଷ ଫୁଟବଲ ଦଳ ଯୋଗ ଦେଇଥିବାବେଳେ ୧୨ଟି ବାଳିକା କବାଡି ଦଳ ଯୋଗ ଦେଇଛନ୍ତି ଏବଂ ପାଖାପାଖି ୯୦୦ ଖେଳାଳୀ ଏଥିରେ ଅଂଶଗ୍ରହଣ କରୁଛନ୍ତି।
Shrutilipi ad