Img 20251220 wa0283

ଐତିହ୍ୟ ସମ୍ପନ୍ନ ବ୍ରହ୍ମମନ୍ଦିରର ଶତବାର୍ଷିକୀ ଉତ୍ସବ ଉଦଘାଟିତ

ରାଜ୍ୟ
ବାରିପଦା : ବାରିପଦା ପୌରପାଳିକା ଅନ୍ତର୍ଗତ ୧୦ ନଂ ୱାର୍ଡ ସ୍ଥିତ ଐତିହ୍ୟ ସମ୍ପନ୍ନ ବ୍ରହ୍ମମନ୍ଦିରର ଶତବାର୍ଷିକୀ ଉତ୍ସବ ଉଦଘାଟିତ ହୋଇଯାଇଛି I ଆୟୋଜନ କମିଟିର ଅଧ୍ୟକ୍ଷ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ସଭାପତିତ୍ୱରେ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଐତିହ୍ୟ ସମ୍ପନ୍ନ ବ୍ରହ୍ମମନ୍ଦିରର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାର ରକ୍ଷଣାବେକ୍ଷଣ ଉପରେ ଆଲୋକପାତ କରିବା ସହ ବାରିପଦା ପୌରପାଳିକା ସୌଜନ୍ୟରେ ଏହାର ପରିବେଶର ଆଧୁନିକିକରଣ ପାଇଁ ଭିତ୍ତିପ୍ରସ୍ତରର ମଧ୍ୟ ସ୍ଥାପନ କରିଥିଲେ I ବିଶିଷ୍ଟ ଅତିଥି ଭାବେ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଓ ସମ୍ମାନିତ ଅତିଥି ଭାବେ  ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ଉପ ନଗରପାଳ ସୀମା ଦାସ ଓ ସମସ୍ତ କାଉନସିଲର ଯୋଗଦେଇ ଶତାୟୁ ମନ୍ଦିରର ରକ୍ଷଣାବେକ୍ଷଣ କରିଆସିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ସ୍ମୃତିଚାରଣ କରିଥିଲେ I ଅମିତାଭ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ରଞ୍ଜନ ବାନାର୍ଜୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ I ଏହି ଅବସରରେ  ଶତବାର୍ଷିକୀ ସ୍ମରଣିକାର ଉନ୍ମୋଚନ କରାଯିବା ସହ ବାଲେଶ୍ୱର ବ୍ରହ୍ମସମାଜର ବର୍ଷୀୟାନ ଆଚାର୍ଯ୍ୟ ଇ. ଅମରେନ୍ଦ୍ର କର, ହାଇଦ୍ରାବାଦର ଡେକାନ ବ୍ରହ୍ମସମାଜ, ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ରାଜଜେମା ମୃଣାଳିକା ଭଞ୍ଜଦେଓ ଓ ଅକ୍ଷିତା ମଞ୍ଜରୀ ଭଞ୍ଜଦେଓଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ମରଣିକା କମିଟିର ଅଧ୍ୟକ୍ଷ ତଥା ମୁଖ୍ୟ ସମ୍ପାଦକ ଡଃ ମୋହିତ କୁମାର ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ତଥା ଇ ମାନସ ଷଡ଼ଙ୍ଗୀ, ଆଶିଷ ବସା, ମୋନିଲା ପାଲଙ୍କ ସହଯୋଗରେ ସ୍ମରଣିକା ପ୍ରକାଶିତ ହୋଇଥିଲା I  ଇନ୍ଦ୍ରାଣୀ ଚାଟାର୍ଜୀ ବେଦ ଜ୍ଞାନ କରିଥିବା ବେଳେ ଏମ କେ ସି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ I କମିଟିର ଉପ ସଭାପତି ପୁର୍ନେନ୍ଦୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ I ଅପରାହ୍ନରେ ହାତୀ ବଞ୍ଚାଅ ଫାଉଣ୍ଡେସନ ଟ୍ରଷ୍ଟର ପ୍ରତିଷ୍ଠାତା, ଡଃ ଦେବବ୍ରତ ସ୍ୱାଇଁଙ୍କ ସଭାପତିତ୍ୱରେ କ୍ଷେତ୍ର ନିର୍ଦ୍ଦେଶକ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଡଃ ପ୍ରକାଶ ଗୋଗିନାନୀ, ଉପ ନିର୍ଦ୍ଦେଶକ ଡଃ ସମ୍ରାଟ ଗୌଡ଼, ଜିଲ୍ଲା ପରିବେଶ ସୋସାଇଟିର ଉପ ସଭାପତି ଡଃ ବିଜୟ କୁମାର ଅଗ୍ରୱାଲ, ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖଙ୍କ ଉପସ୍ଥିତିରେ “ଶିମିଳିପାଳ ଓ ପରିବେଶର ସଂରକ୍ଷଣ” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା I ତିମିର ଘୋଷ, ମୌସୁମୀ ବାନାର୍ଜୀ, ତନୟା ବାନାର୍ଜୀ, ସୁବିନୟ ବାନାର୍ଜୀ, ସ୍ନେହା ବାନାର୍ଜୀ ଓ ସୁଦୀପ୍ତା ରକ୍ଷିତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
Shrutilipi ad