Chakrapadhi school

ବିଭିନ୍ନ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉଦ୍‌ଯାପିତ

ରାଜ୍ୟ

ଚକ୍ରାପାଢୀ ବିଦ୍ୟାଳୟ
ଆଗରପଡ଼ା,ତା୨୦/୧୨(ପିଏନଏସ):ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଅଣିଜୋ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ଉ. ପ୍ରା. ବିଦ୍ୟାଳୟ, ଚକ୍ରାପାଢ଼ୀର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଦୁଇଦିନ ବ୍ୟାପି ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବର ଉଦ୍‌ଘାଟନ ଉତ୍ସବରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କବିତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ବନ୍ତ ବ୍ଲକର ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଭାଗିରଥି ପାତ୍ର, ସମ୍ମାନିତ ଅତିଥି ଭାବେ ଚାରିଗାଁ ଗ୍ରାମ ପଂଚାୟତ ସମିତି ସଭ୍ୟ ଧରଣୀଧର କର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୃତ୍ୟୁଞ୍ଜୟ କୁଣ୍ଡୁ,ପୂର୍ବତନ ସରପଂଚ ବନମାଳୀ ବେହେରା, ପଂଚସଖା ଶିକ୍ଷାସେତୁ ସଭାପତି ଜୟଦେବ ସାହୁ, ବରିଷ୍ଠ ନାଗରିକ ପର୍ଶୁରାମ ପାଣିଗ୍ରାହୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କ୍ରୀଡାର ଉପକାରିତା ବିଷୟରେ ଉଦବୋଧନ ଦେଇଥିଲେ । ଦୁଇଦିନ ଧରି ଅନୁଷ୍ଠିତ କ୍ରୀଡା ଉତ୍ସବରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ, ସଭ୍ୟା, ଶିକ୍ଷକ ପ୍ରଫୁଲ୍ଲ କୁମାର ନାୟକ, ପ୍ରଫୁଲ୍ଲ କୁମାର ବିଶ୍ୱାଳ, ବିଜୟ କୁମାର ଦାସ, ବିଶ୍ୱନାଥ ଯେନା, ବୃନ୍ଦାବନ ଯେନା,ଶିକ୍ଷୟିତ୍ରୀ ନିରୁପମା ଦାଶ, କଳ୍ପନା ସାହୁଙ୍କ ସମେତ ଅଭିଭାବକ, ଅଭିଭାବିକା, ଗ୍ରାମବାସୀ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରି କ୍ରୀଡା ଉତ୍ସବଟିକୁ ସଫଳ କରିଥିଲେ ।
ବାଳିକା ଉଚ୍ଚ ବିଦ୍ୟାଳୟ
ଆଗରପଡ଼ା ସ୍ଥିତ ସରକାରୀ ବାଳିକା ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତରଂଜନ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ ସଭାରେ ପୁରୁଷଣ୍ଢ ପାଂୟତ ସରପଂଚ ପ୍ରକାଶ ବିଶ୍ୱାଳ, ସିଆରସିସି ନିରଞ୍ଜନ ଖିଲାର,ଏସଏମସି ସଭାପତି ବର୍ଷାରାଣୀ ମଲ୍ଲିକ, ଉପସଭାପତି ଦୋଳଗୋବିନ୍ଦ ନାଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ଅଜିତ ରାଉଳ ସ୍ୱାଗତ ଭାଷଣ ଓ ଶିକ୍ଷକ ବିରେନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବରିଷ୍ଠ ଓ କନିଷ୍ଠ ବିଭାଗର ୨୨ ଗୋଟି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଖେଳ ଶିକ୍ଷୟିତ୍ରୀ ବିଦ୍ୟୁତଲତା ଦାସଙ୍କ ତତ୍ତ୍ୱାବଧାନରେ ଛାତ୍ରୀ ମାନଙ୍କ ମଧ୍ୟରେ ବ୍ୟାଡ଼ମିଣ୍ଟନ, ଦୌଡ଼, ଗଣିତ ଦୌଡ଼, ସଟପୁଟ,ଡିସକସ ଥ୍ରୋ, ବସ୍ତା ଦୌଡ଼, ଲଙ୍ଗଜମ୍ପ, ହାଇଜମ୍ପ ଆଦି ପ୍ରତିଯୋଗୀତାରେ ଛାତ୍ରୀମାନେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ସମସ୍ତ କାର୍ଯ୍ୟକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବନଜିନୀ ନାୟକ, ଭାଗ୍ୟଶ୍ରୀ ପଣ୍ଡା, ପ୍ରମୋଦିନୀ ସାହୁ,ରଞ୍ଜିତା ଶିଅଳ,ସାଗରୀକା ମହାନ୍ତି, ସାବିତ୍ରୀ ଦାଶ, ଭୀମସେନ୍ ପାଲ, କୈଳାସ ପଣ୍ଡା, ଶୁସାନ୍ତ ଜେନା ଓ ଶିକ୍ଷା କର୍ମଚାରୀ ପ୍ରକାଶ ରାଉତ, ବଳରାମ ସେଠୀ, ମହେଶ୍ୱର ଯେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
କୃଷ୍ଣଚରଣ ବିଦ୍ୟାମନ୍ଦିର
ଆଗରପଡ଼ା ସ୍ଥିତ କୃଷ୍ଣଚରଣ ବିଦ୍ୟାମନ୍ଦିର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ତିନି ଦିନ ବ୍ୟାପି ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶରତ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପଂଚସଖା ଶିକ୍ଷା ସେତୁ ସଂଗଠନର ସଭାପତି ପ୍ରଶାନ୍ତ ଦାଶ, ସରପଂଚ ପ୍ରକାଶ ବିଶ୍ୱାଳ,ଏସଏମସି ସଭାପତି ସନ୍ତୋଷ ସାହୁ ,ସିଆରସିସି ନିରଜଂନ ଖିଲାର ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ଅଶୋକ ଖିଲାର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଖେଳ ଶିକ୍ଷକ ସୁବୋଧ ପାତ୍ରଙ୍କ ତତ୍ତ୍ୱାବଧାନରେ ବିଭିନ୍ନ କ୍ରୀଡ଼ାମାନ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଖେଳକୁ ୩ଗୋଟି ଗ୍ରୁପ ଯଥା ହଷ୍ଟେଲ ,ସିନିୟର ଓ ଜୁନିୟରରେ ଭାଗ କରାଯାଇଥିଲା । ସମସ୍ତ କାର୍ଯ୍ୟକୁ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।