Img 20251219 wa0193

ଡି ସି ସି ଗ୍ରୁପ‌ ଅଫ୍ ଇନଷ୍ଟିଚ୍ୟୁସନର ବାର୍ଷିକ ଉତ୍ସବ

ରାଜ୍ୟ
ବାରିପଦା : ସ୍ଥାନୀୟ ଭଂଜପୁର ନିକଟସ୍ଥ ୧୭ ନଂ ୱାର୍ଡରେ ଅବସ୍ଥିତ ଡି ସି ସି ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ମୁଖ୍ୟ ପରିଚାଳକ ଅଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଅନ୍ତର୍ନିବେଶି ଶିକ୍ଷାର ଜିଲ୍ଲା ସଂଯୋଜକ ନିରଞ୍ଜନ ନାୟକ, ବି ଆର ସି ସି ତପସ୍ୱିନୀ ଦାଶ, ବରିଷ୍ଠ ଶିକ୍ଷକ ସୋମନାଥ ସିଂହ ପୁରସ୍କାର ବିତରଣ କରିବା ସହ ଛାତ୍ରଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ I ଦିଗନ୍ତ ଶିକ୍ଷା ପରିବାରର ମୁଖ୍ୟ ଉପଦେଷ୍ଟା ଗଣେଶ ବେହେରା ମଞ୍ଚ ପରିଚାଳନା କରିଥିଲେ I ତନ୍ମୟ ଜେନା, ସୁପ୍ରିୟା ଜେନା, ଜୀବନ କୃଷ୍ଣ, ସ୍ମିତା ଦିଦି, ସଂଗୀତା ଦିଦି, ସୁଶ୍ରୀ ଦିଦି, ବିରେନ ସାର, ରାକେଶ ସାର ନିହାରିକା ଦିଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମନୋଜ କୁମାର ପଣ୍ଡା ଓ ଶାରଦା ପ୍ରସାଦ ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଅନୁଷ୍ଠାନର ଉନ୍ନତି ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସୁନୀଲ କୁମାର ପାଲବାବୁ, ଭକ୍ତବନ୍ଧୁ ତୁଙ୍ଗ ଓ ଦୁର୍ଗା ପ୍ରସାଦ ମହାନ୍ତ ଙ୍କୁ ଦିଗନ୍ତ ସେବକ ସମ୍ମାନରେ ସମ୍ମାନିତ କରାଯାଇଥିଲା I  ହାଇସ୍କୁଲ ପରୀକ୍ଷାରେ ଜିଲ୍ଲାରେ ୩୫ତମ ଓ ୪୩ ତମ ସ୍ଥାନ ରଖି ଜିଲ୍ଲା ପାଇଁ ସୁନାମ ଆଣିଥିବା ଜିଜ୍ଞାସା ମିଶ୍ର ଓ ଆଦ୍ୟାଶା ଅନିନ୍ଦିତା ଦାନ ଏବଂ ବ୍ଲକରେ ୧୧ଶ, ୩୧ ତମ ଓ ୫୮ତମ ସ୍ଥାନ ରଖିଥିବା ପ୍ରତିଚିନ୍ତା ସାହୁ,  ସୀତା ହେମ୍ବ୍ରମ ଓ ସୁଭାଶିଷ ପାଢ଼ୀଙ୍କୁ ପୁରସ୍କୃତ କରି ଉତ୍ସାହିତ କରାଯାଇଥିଲା I ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା I ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିବା ବେଳେ ଅଜିତ ପରିଗ୍ରାହୀଙ୍କ ରଚିତ ନାଟକ “ବିଷର୍ଣ୍ଣ ଶୈଶବ” ବେଶ ଆକର୍ଷଣୀୟ ହୋଇଥିଲା I
Shrutilipi ad