ଆଗରପଡ଼ା: ବନ୍ତ ଲଷ୍ମୀବଜାର ସ୍ଥିତ ଚାରୁଚନ୍ଦ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବିଜ୍ଞାନ ମେଳା ବିଦ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ ପରେ ବେଦପାଠ ହୋଇଥିଲା । ବେଦପାଠକରିଥିଲେ ବିଦ୍ୟାଳୟର ଛାତ୍ର ସୁଭ୍ରାଂଶୁ ରଂଜନ ସ୍ୱାଇଁ ଓ ପ୍ରୀୟାଂଶୁ ରଂଜନ ସ୍ୱାଇଁ । ପରେ ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥିରୁପେ ବନ୍ତ ବ୍ଲକ ବିଆରସିସି ହରେକୃଷ୍ଣ ଆପଟ,ଜାତୀୟ ପୁରସ୍କୃତ ଶିକ୍ଷକ ଶଶୀଶେଖର କର ଶର୍ମା,ପ୍ରାଧ୍ୟାପକ ସରେଶ କୁମାର ନାୟକ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ୟାକତ ଅଲ୍ଲୀ,ଜ୍ଞାନେନ୍ଦ୍ର ଜେନା ପ୍ରମୁଖ ବର୍ତମାନ ଯୁଗରେ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ର ଭୂମିକା ଅତିବ ଗୁରୁତ୍ୱ ପୁର୍ଣ୍ଣ । ବିଜ୍ଞାନକୁ ଛାଡ଼ି ବଂଚିବା ଅସମ୍ବବହୋଇପଡ଼ିଛି ବୋଲି ଆହ୍ୱାନ ଦେଇଥିଲେ । ଉକ୍ତ ମେଳାରେ ୬୧ଟି ଷ୍ଟଲ ଖୋଲାଯାଇ ଏହାକୁ ପ୍ରଦର୍ଶିତ କରାଯାଇଥିଲା । ବନ୍ତ ହାଇସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ସିମାଲିନ ପାତ୍ର ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାୟନ କରିଥିଲେ । ଶ୍ରେଷ୍ଠ ପ୍ରକଳ୍ପ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଅତିଥି ମାନଙ୍କର ପରିଚୟ ପ୍ରଦାନ ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ଜେନା ଓ ସଭାପରିଚାଳନା କରିଥିଲେ ପ୍ରଶାନ୍ତ କୁମାର ଜେନା । ଏହାକୁ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କସହ କର୍ମଚାରୀ ସହଯୋଗ କରିଥିଲେ ।

