Photo for the news of congress

ବନ୍ଧୁମିଳନ ଆଳରେ ସରକାରଙ୍କୁ କଂଗ୍ରେସର ଟାର୍ଗେଟ

ରାଜ୍ୟ

ଆଗରପଡ଼ା: ଆଗରପଡ଼ା ୧୪ନମ୍ବର ଜିଲ୍ଲାପରିଷଦ ଜୋନ ସ୍ତରୀୟ ଯୁବ କଂଗ୍ରେସ ପକ୍ଷରୁ ସ୍ଥାନୀୟ ହେମପଦ୍ମ ଗାଲାକ୍ସି ଠାରେ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ନେତା ନବଜ୍ୟୋତି ପଟ୍ଟନାୟକ ପୂର୍ବ ବିଜେଡି ଓ ବର୍ତ୍ତମାନର ବିଜେପି ସରକାରକୁ ଜନବିରୋଧି ସରକାର କହିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏବେଠୁ ସଜାଗ ହେବାକୁ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ପିସିସି ସାଧାରଣ ସଂପାଦକ ମନୋଜ ବିଶ୍ୱାଳ, ଅଭିଜିତ ଜେନା,ଭଣ୍ଡାରିପୋଖରୀ ବ୍ଲକ ଯୁବ ସଭାପତି ସେକ୍ ସିଦ୍ଦିକ୍‌,ବନ୍ତ ବ୍ଲକ ଯୁବ ସଭାପତି ସନ୍ଦୀପ ଜେନା,ବ୍ଲକ ସଭାପତି ରାଜକିଶୋର ସ୍ୱାଇଁ, ସରପଞ୍ଚ ସବିତା ନାୟକ, କାର୍ତ୍ତିକ ଜେନା, ରବିନାରାୟଣ ମହାନ୍ତି, ଦିଲୀପ ପୁହାଣ, ଅକ୍ଷୟ ରାଉତ,ଯୁବନେତା ମହେଶ୍ୱର ଦାଶ, ସତ୍ୟବାନ ଦାସ, ପ୍ରଦୀପ୍ତ ନାୟକ, ଚିନ୍ମୟ ସିଂହ,ନୃସିଂହ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅନ୍ୟ ଦଳ ଛାଡ଼ି କଂଗ୍ରେସରେ କିଛି ବ୍ୟକ୍ତି ଯୋଗ ଦେଇଥିଲେ ।

Shrutilipi ad