Img 20251215 wa0253

ବାଦାମପାହାଡ଼ ଏସଏସଡି ବାଳିକାବିଦ୍ୟାଳୟରେ ଅବ୍ୟବସ୍ଥା; ବାୟମେଟ୍ରିକ ସମସ୍ୟା ପାଇଁ ଛାତ୍ରୀଙ୍କୁ ବିଦ୍ୟାଳୟ ମନା

ରାଜ୍ୟ
ବାରିପଦା:  ଅଧାରୁ ପାଠ ଛାଡ଼ିଥିବା ଓ ଆଦୌ ବିଦ୍ୟାଳୟ ଆସିନଥିବା ପିଲାଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ଦିଗରେ ଯୋଜନା ସରକାର କରୁଛନ୍ତି କିନ୍ତୁ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ର ବ୍ଲକ ବାଦାମପାହାଡ଼ ଏସଏସଡି ବାଳିକା ଏହା ବ୍ୟତିକ୍ରମ ଦେଖିବାକୁ ମିଳିଛି l ଛାତ୍ରୀ ମାନକ ବାସ୍କେ ର ବାୟମେଟ୍ରିକ ଫିଙ୍ଗର ର ସମସ୍ୟା ଯୋଗୁଁ ବିଦ୍ୟାଳୟ କୁ ଆସିବା ମନା କରିଦେଇଛନ୍ତି l ପ୍ରାୟ ୪/୫ମାସ ହେବ ବିଦ୍ୟାଳୟ ଯାଇ ନାହିଁ l ସେ ୬ଶ୍ରେଣୀ ରୁ ହଷ୍ଟେଲ ରହିଆସୁଥିଲା l ଏବେ ନବମ ଶ୍ରେଣୀ ଛାତ୍ରୀ l  ମାନକ ର ବାପା ନାହାନ୍ତି l ବିଧବା ମାଆ ବି ବିଧବା ଭତ୍ତା ରୁ ବଂଚିତ lଖଣିଖାଦାନ ଅଂଚଳ ରେ ଏତେ ଅବହେଳା l କୋଟି କୋଟି ଟଙ୍କା ରାଜସ୍ୱ ସରକାର ଆୟ କରୁଛନ୍ତି lଏହି ବାଳିକା କେମିତି ପୁଣି ହଷ୍ଟେଲ ରହି ପାଠ ପଢି ପାରିବ ଏହି ଦିଗରେ ପ୍ରଶାସନ ପଦକ୍ଷେପ ନେବା ପାଇଁ  ସ୍ଥାନୀୟ ବାସିନ୍ଦା ଙ୍କ ପକ୍ଷରୁ ନିବେଦନ କରାଯାଇଅଛି l
Shrutilipi ad