ଆଗରପଡ଼ା : ଅଗ୍ନିକାଣ୍ଡ ଘଟି ୫ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅନ୍ୟ ଏକ ବାଛୁରୀ ମୁର୍ମୂଷ ଅବସ୍ଥାରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି । ବନ୍ତ ତହସିଲ ଅନ୍ତର୍ଗତ ବସନ୍ତିଆ ୧୦ନଂ ୱାର୍ଡର ଅର୍ଜୁନ ଚରଣ ଦାସଙ୍କ ଗୁହାଳ ଘରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିଲା କ୍ଷ ଗୋରୁ ଗୁଡ଼ିକ ଚିତ୍କାର କରିବାରୁ ଘର ଲୋକ ଉଠିଦେଖିଲା ବେଳକୁ ନିଆଁ ଚାରିଆଡ଼େ ବ୍ୟାପୀ ଯାଇଥିଲା । ଗୋରୁଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ସେତେବେଳକୁ ୫ଟି ଗୋରୁ ମୃତ୍ୟୁ ବରଣ କରିଥିଲା ବେଳେ ଗୋଟିଏ ବାଛୁରୀକୁ ଉଦ୍ଧାର କରାଯାଇଥିଲା । ଖବର ପାଇ ହାଟଡିହି ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିବିପନ୍ନଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

