ବନ୍ତ/ଆଗରପଡ଼ା: ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ଅଧିନ ସାନବର୍ଚ୍ଚିକୟାଁ ସ୍ଥିତ ରାମଚନ୍ଦ୍ର ନୋଡ଼ାଲ ଉପ୍ରା ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନାତନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ କୁ ସିଆରସିସି ଉତ୍ତମ ଦାସ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଶିକ୍ଷକ ରାଧାଶ୍ୟାମ ରାଉତ,ଜାଗୁଳାଇ ହାଇସ୍କୁଲର ଶିକ୍ଷକ ବସନ୍ତ କୁମାର ପ୍ରଧାନ ପ୍ରମୁଖ କ୍ରିଡ଼ାର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ଛାତ୍ରଛାତ୍ରୀମାନେ ପାଠପଢ଼ା ସହ କ୍ରିଡ଼ା ପ୍ରତି ଆଗ୍ରହ ପ୍ରକାଶ କରିବାକୁ ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଦୌଡ଼, ଲମ୍ବ ଡିଆଁ,ଉଚ୍ଚ ଡିଆଁ, ଡିସକସ, ଜାଭେଲିନ, ପେଣ୍ଡୁ ଫିଙ୍ଗା,ମ୍ୟୁଜିକ୍ ଚେୟାର ଆଦି ଅନୁଷ୍ଠିତ ହୋଇଥିଲା । ଏହାକୁ ଶିକ୍ଷକ ନିରାକାର ସେଠୀ, ପ୍ରତାପ ବିଶ୍ୱାଳ,ଉମାକାନ୍ତ ମଲ୍ଲିକ,ମୀନାକ୍ଷୀ ଚାଟାର ପ୍ରମୁଖ ପରିଚାଳନା କରିଥିଲେ ।

