Img 20251213 wa0208

ଜାତୀୟସ୍ତରୀୟ ମହାରାଜା ସେଭେନ୍ସ ରଗବୀ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଫାଉଣ୍ଡେସନ ଓ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ମିଳିତ ଆନୁକୂଲ୍ୟରେ ତଥା ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଜାତୀୟ ସ୍ତରୀୟ ମହାରାଜା ସେଭେନସ ରଗବୀ ଟୁର୍ଣ୍ଣାମେଣ୍ଟ  ବାରିପଦା ଷ୍ଟାଡିୟମ ପଡିଆରେ ଉଦଘାଟିତ ହୋଇଯାଇଛି I ପ୍ରଥମ ଥର ପାଇଁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜଦେଓଙ୍କ ସ୍ମୃତିରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ପୁରୁଷ ବିଭାଗରେ ବାରିପଦା, ଓଡିଶାର ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ, କଳିଙ୍ଗ ରଗବୀ ଟିମ, ଫ୍ୟୁଚର ହୋପ ହାର୍ଲିକିନ କୋଲକାତା, ଫ୍ୟୁଚର ହୋପ ଯାକେଲ କୋଲକାତା, କୋଲକାତା ପୋଲିସ, ତାମିଲନାଡୁ ପୋଲିସ, ଝାଡ଼ଖଣ୍ଡ ହାକ୍ସ, ଦିଲ୍ଲୀ ହରିକେନ୍ସ ଓ ମୁମ୍ବାଇ ମାଜିସିଆନ ସମେତ ୯ଟି ଏବଂ ମହିଳା ବିଭାଗରେ ଫ୍ୟୁଚର ହୋପ, କୋଲକାତା ପୋଲିସ, କଳିଙ୍ଗ ରଗବୀ, ସରସ୍ବତୀପୁର ସିଲିଗୁରି, ଆସାମ, ବାରିପଦା, ଓଡିଶାର ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ସମେତ ୬ ଟି ଦଳ ଅଂଶଗ୍ରହଣ କରିଛନ୍ତି I ଉଦଘାଟନୀ ଦିବସରେ ଉଭୟ ପୁରୁଷ ଓ ମହିଳା ବିଭାଗର ମୋଟ ୨୦ ଟି ମ୍ୟାଚ୍ ଖେଳାଯାଇଥିଲା I ଆସନ୍ତାକାଲି ପୁରୁଷ ବିଭାଗରେ ୧ମ ସେମି-ଫାଇନଲ ମ୍ୟାଚ ଦିଲ୍ଲୀର ଫ୍ୟୁଚର ହୋପ୍ ହରକ୍ଲିନ୍ସ ଓ  ମୁମ୍ବାଇ ମେଜିସିଆନ ଏବଂ ୨ୟ ସେମି-ଫାଇନାଲ ମ୍ୟାଚ ବାରିପଦା ର ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀ ଓ ଦିଲ୍ଲୀ ହରିକେନ୍ସ ମଧ୍ୟରେ ଖେଳାଯିବ I ମହିଳା ବିଭାଗରେ ପ୍ରଥମ ସେମି-ଫାଇନାଲ ମ୍ୟାଚ କୋଲକାତାର ଫ୍ୟୁଚର ହୋପ ହରିକେନ୍ସ ଓ ସିଲିଗୁଡିର ସରସ୍ଵତୀପୁର ଲେପୋର୍ଡ଼ ମଧ୍ୟରେ ଏବଂ ୨ୟ ସେମି-ଫାଇନାଲ ମ୍ୟାଚ ବାରିପଦାର ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀ ଓ କୋଲକତା ପୋଲିସ ମଧ୍ୟରେ ଖେଳାଯିବ ବୋଲି ସହ ଆୟୋଜକ ଦିବ୍ୟରଞ୍ଜନ ଦାସ ଜଣାଇଛନ୍ତି I ଉଦଘାଟନୀ ଉତ୍ସବରେ ଫାଉଣ୍ଡେସନର ଅଧ୍ୟକ୍ଷା ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ସଭାପତିତ୍ୱରେ ଅତିଥି ଭାବେ ଯୋଗଦେଇ ବାରିପଦା ବିଧାୟକ ପ୍ରକାଶ ସୋରେନ, ଜିଲ୍ଲାପାଳ ହେମକାନ୍ତ ସୟ, ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ବାରିପଦା ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଓ ଫୁଟବଲ ସମ୍ପାଦକ ଅମର କୁମାର ସେଠୀ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଟୁର୍ଣ୍ଣାମେଣ୍ଟକୁ ସଫଳ କରିବା ପାଇଁ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I ଜିଲ୍ଲା କ୍ରୀଡା ଅଧିକାରୀ ଡଃ ସୁଭାଶିଷ ନାୟକଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା I ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିଲେ I
Shrutilipi ad