Photo for the news of annual sports

ବ୍ରହ୍ମଚାରି ସଂସ୍କୁତ ବିଦ୍ୟାଳୟର ବାର୍ଷିକ କ୍ରୀଡା

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଲକ ଅଣିଜୋ ସ୍ଥିତ ବ୍ରହ୍ମଚାରି ସଂସ୍କୁତ ବିଦ୍ୟାଳୟର ବାର୍ଷିକ କ୍ରୀଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନପଣ୍ଡିତ ଦେବେନ୍ଦ୍ର କୁମାର ପତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ପ୍ରାକ୍ତନ ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ ନାୟକ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଅନ୍ୟତମ ଅତିଥି ଅଣିଜୋ ସିନ୍ଧୁକେଶ୍ୱର ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ଅଜୟ ସାହୁ,ସିନ୍ଧୁକେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ନିତ୍ୟାନନ୍ଦ ନାୟକ,ପରିଚାଳନା କମିଟି ସଭାପତି ପୀତବାସ ପଣ୍ଡା, ପୁନାଗୀ ମୁର୍ମୁ ପ୍ରମୁଖ ଯୋଗ ଦେଇଥିଲେ । ଖେଳ ପରିଚାଳନାରେ ଶିକ୍ଷକ / ଶିକ୍ଷୟତ୍ରୀ ବୈରୀଗଞ୍ଜନ ଥାଟୋଇ, ବିଜୟ କୁମାର ପାଣିଗ୍ରାହୀ, କୈଳାଶ ଚନ୍ଦ୍ର ଚୌଧୁରୀ, ସସ୍ମିତା ପଣ୍ଡା, ସୁକାନ୍ତି ଧ୍ରୁପତି, ସବିତା ସାହୁ, ବୁଦ୍ଧଦେବ ସ୍ୱାଇଁ, ବଳଦେବ ବେହେରା, ରବୀନ୍ଦ୍ର ବାରିକ ସମେତ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଓ ଅଭିଭାବକ ପ୍ରମୁଖ ସହଯୋଗ କରିଥିଲେ । ଦୌଡ଼, ଉଚ୍ଚଡିଆଁ, ଲମ୍ବଡିଆଁ, ସର୍ଟଫୁଟ, ମିଉଜିକ ଚେୟାର ସମେତ ୧୨ଟି ବିଭିନ୍ନ କ୍ରୀଡା ଅନୁଷ୍ଠିତ ହୋଇଥିବା ବେଳେ ଏହି କ୍ରୀଡାରେ ୧୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

Shrutilipi ad