Img 20251209 wa0187

ଆସନ୍ତା ୧୩ ଓ ୧୪ରେ ଜାତୀୟସ୍ତରୀୟ ମହାରାଜା ସେଭେନ୍ସ ରଗବୀ ଟୁର୍ଣ୍ଣାମେଣ୍ଟ  

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଫାଉଣ୍ଡେସନ ଓ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ମିଳିତ ଆନୁକୂଲ୍ୟରେ ତଥା ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଜାତୀୟ ସ୍ତରୀୟ ମହାରାଜା ସେଭେନସ ରଗବୀ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୧୩ ଓ ୧୪ ତାରିଖରେ ବାରିପଦା ଷ୍ଟାଡିୟମ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ଅବସରରେ ବେଲଗଡ଼ିଆ ରାଜପ୍ରାସାଦରେ ମୟୁରଭଞ୍ଜ ଫାଉଣ୍ଡେସନର ଅଧ୍ୟକ୍ଷା ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା I ପ୍ରଥମ ଥର ପାଇଁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜଦେଓଙ୍କ ସ୍ମୃତିରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଉପରେ ମହାରାଣୀ ସବିଶେଷ ବିବରଣୀ ପ୍ରଦାନ କରିଥିଲେ I ଏହି ଟୁର୍ଣ୍ଣାମେଣ୍ଟରେ ପୁରୁଷ ବିଭାଗରେ ବାରିପଦା, ଓଡିଶାର ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ, କଳିଙ୍ଗ ରଗବୀ ଟିମ, କୋଲକାତାର ଫ୍ୟୁଚର ହୋପ ହାର୍ଲିକିନ ଓ ଫ୍ୟୁଚର ହୋପ ଯାକେଲ,  କୋଲକାତା ପୋଲିସ, ତାମିଲନାଡୁ ପୋଲିସ, ଝାଡ଼ଖଣ୍ଡ ହାକ୍ସ, ଦିଲ୍ଲୀ ହରିକେନ୍ସ ଓ ମୁମ୍ବାଇ ମାଜିସିଆନ ଏବଂ ମହିଳା ବିଭାଗରେ ଫ୍ୟୁଚର ହୋପ, କୋଲକାତା ପୋଲିସ, କଳିଙ୍ଗ ରଗବୀ, ସରସ୍ବତୀପୁର ସିଲିଗୁରି, ଆସାମ, ବାରିପଦା, ଓଡିଶାର ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ଅଂଶଗ୍ରହଣ କରିବେ ବୋଲି ସହ ଆୟୋଜକ ଦିବ୍ୟ ରଞ୍ଜନ ଦାସ ପ୍ରକାଶ କରିଥିଲେ I ପ୍ରତ୍ୟେକ ଦିନ ସକାଳ ୯ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ କ୍ଲବରେ ବହୁ ଅନ୍ତର୍ଜାତୀୟ ଓ ବିଦେଶୀ ଖେଳାଳିଙ୍କ ଖେଳ ଦେଖିବାର ସୁଯୋଗ ମିଳିବ I ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଟୁର୍ଣ୍ଣାମେଣ୍ଟର ବହୁଳ ପ୍ରଚାର ଓ ପ୍ରସାର ଉପରେ ଆଲୋକପାତ କରିଥିଲେ I ମୟୁରଭଞ୍ଜ ଫାଉଣ୍ଡେସନର ସଦସ୍ୟ ବିଭୁଦତ୍ତ ଦାସ କାର୍ଯ୍ୟକ୍ରମ ସଂଯୋଜନାରେ ସହଯୋଗ କରିଥିଲେ I
Shrutilipi ad