Photo for the news of aganaraphool

ଆମ ଅଗଣାର ଫୁଲର ୫ମ ବାର୍ଷିକ ଉତ୍ସବ

ରାଜ୍ୟ
  • ମନୋରଞ୍ଜନ ମହାନ୍ତିଙ୍କୁ ସହୃଦ୍ ପଦ୍ମ ସମ୍ମାନ

ଆଗରପଡ଼ା: ଭୁବନେଶ୍ୱର ସ୍ଥିତ ଓଡିଶା ଭବନରେ ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆମ ଅଗଣାର ଫୁଲର ୫ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହାର ପ୍ରତିଷ୍ଠାତା ଶ୍ରୀରାମ ପରିଡ଼ାଙ୍କ ତତ୍ୱାବଧାନରେ ସାରା ରାଜ୍ୟର କୋଣ ଅନୁକୋଣରୁ ବହୁ ଲେଖକ, କବି ଓ କବୟିତ୍ରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ଜୟଶ୍ରୀ ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ବିପିନି ବିହାରୀ ମହାନ୍ତି, ମୁଖ୍ୟ ବକ୍ତା ଶଶଧର ପଣ୍ଡା, ବିଶିଷ୍ଟ କର୍ମକର୍ତ୍ତା ସୁରେନ୍ଦ୍ର ନାଥ ରଥ,ସମ୍ମାନିତ ଅତିଥି କୃଷ୍ଣ ମହାପାତ୍ର ଓ ସୌଦାମିନୀ ତ୍ରିପାଠୀଙ୍କ ସମେତ ବହୁ ମାନ୍ୟଗନ୍ୟ ଅତିଥି ଯୋଗ ଦେଇଥିଲେ । ସସ୍ମିତା ମହାପାତ୍ର , ସୁନିତା ପତ୍ରୀ, ମଞ୍ଜୁଶ୍ରୀ ଶତପଥୀ , ମଞ୍ଜୁଳା ନେମାଳ, ଜ୍ୟୋତି ରଞ୍ଜନ ପାତ୍ର, ଦୋଳ ଗୋବିନ୍ଦ ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ପରେ ଏହି ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ ସହିତ ପତ୍ରିକା ଆମ ଅଗଣାର ଫୁଲ ଉନ୍ମୋଚିତ ହୋଇଥିଲା ।୨୦୨୫ ରେ କୁନି ପ୍ରତିଭା ମାନଙ୍କୁ ରଜପରି ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ କବି ଓ ଲେଖକ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଉକ୍ତ ଦିବସ ସୂପରିଚାଳନା ପାଇଁ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀରାମ ପରିଡ଼ା ୁ ସାଧୁବାଦ୍ ଜ୍ଞାପନ କରିଥିଲେ ଏହି ଭଳି କାର୍ଯ୍ୟକ୍ରମ ପାଇଁ । ଏହି କାର୍ଯ୍ୟକ୍ରମରେ କୋଣ ଅନୁକୋଣରୁ ଆସିଥିବା ସୂଲେଖକ ମାନଙ୍କୁ ମାନ ପତ୍ର , ଟ୍ରଫି ଆଦି ପ୍ରଦାନ କରା ଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା । ସେହିପରି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରାମକୃଷ୍ଣପୁର ଗ୍ରାମର ସୁଲେଖକ ତଥା କବି ମନୋରଞ୍ଜନ ମହାନ୍ତିଙ୍କୁ ସହୃଦ୍ ପଦ୍ମ ସମ୍ମାନ ରେ ମାନପତ୍ର ଉପଢ଼ୌକନ ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା ।

Shrutilipi ad