Img 20251208 wa0115

ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା

ରାଜ୍ୟ
ବାରିପଦା : ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଙ୍କ ଜୟନ୍ତୀ, ୨୦୨୫ ପାଳନ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବାରିପଦାସ୍ଥିତ ଲେଡି ହେମିଲଟନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୀନାରାଣୀ ପାତ୍ର ଉକ୍ତ ପ୍ରତିଯୋଗିତା କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏଥିରେ ଜିଲ୍ଲାରୁ ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ l ପ୍ରତିଯୋଗିତା ର ବିଚାରକ ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାମଲ,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅତୁଲ କୁମାର ପରିଡା, ଶିକ୍ଷୟିତ୍ରୀ ଜୟଶ୍ରୀ ବେହେରା, ଜ୍ୟୋତି କର୍ମକାର, ଲୀଳାବତୀ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ l ବକ୍ତୃତା ପ୍ରତିଯୋଗିତାରେ ପ୍ରାଥମିକ ବିଦ୍ୟାଳୟସ୍ତରରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଲକ୍ଷ୍ମୀପୋଷି ର ଆର୍ଯ୍ୟାଂଶୀ ପରିଡା, ସରକାରୀ ପ୍ରାଥମିକ ବିଦ୍ୟାଳୟ, ଶ୍ରୀପଦଗଞ୍ଜ ର ଅମିଶା ବେରା, ଲେଡି ହେମିଲଟନ ଉଚ୍ଚ ବିଦ୍ୟାଳୟ ର ଈଶିତା ଦାସ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଛନ୍ତି l ସେହିପରି ଉଚ୍ଚ ପ୍ରାଥମିକ ସ୍ତରରେ  ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଲକ୍ଷ୍ମୀପୋଷି ର ଦିବ୍ୟସିନୀ ପ୍ରଧାନ, ଓଏଭି, ରାଣୀଭୋଳ ର ବିବେକ କୁମାର ସାଓ, ଓଏଭି, ଗରୁଡ଼ବସା, ବେତନଟୀ ର ଲକ୍ଷ୍ମୀପ୍ରିୟା ଜେନା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଛନ୍ତି l ସେହିପରି ଉଚ୍ଚ ବିଦ୍ୟାଳୟ ସ୍ତରରେ ଓଏଭି, ଗରୁଡ଼ବସା, ବେତନଟୀ ର ଜାହ୍ନଵୀ ପଢ଼ିଆରୀ, ଏମପିକେ ସରକାରୀ ବାଳିକା ବିଦ୍ୟାଳୟ, ବାରିପଦା ର ଆଦ୍ୟାଶା ଦାସ, ଉତ୍କଳମଣି ଗୋପବନ୍ଧୁ ପ୍ରାକ୍ଟିସିଂ ଉଚ୍ଚ ବିଦ୍ୟାଳୟ, ତକତପୁର ର ଶୁଭମ ନାୟକ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଛନ୍ତି l ସେହିପରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟସ୍ତରୀୟ ରେ ଓଏଭି, ଗରୁଡ଼ବସା, ବେତନଟୀ ର ଦିବ୍ୟାଂଶୀ ଦାଶ, ସାଇ ବିଦ୍ୟା ମନ୍ଦିର ର ପାଏଲ ପ୍ରିୟଦର୍ଶିନୀ ପୃଷ୍ଟି ଓ ସୋନାକ୍ଷୀ ପୃଷ୍ଟି ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଛନ୍ତି l ଉକ୍ତ କୃତି ପ୍ରତିଯୋଗୀମାନେ ଚଳିତ ଡିସେମ୍ବର ମାସ ୧୭ ତାରିଖରେ ବାରିପଦା ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଜୟନ୍ତୀ, ୨୦୨୫ ପାଳନ ଅବସରରେ ପୁରସ୍କୃତ ହେବେ l କାର୍ଯ୍ୟକ୍ରମ ପରିଚାଳନରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ର ପ୍ରବିର କୁମାର ବେହେରା, ମନୋଜ ପରିଡା,ଦୀପକ ରାମ, ଆୟୋଜକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ l
Shrutilipi ad