Img 20251206 wa0175

ଲାଞ୍ଚ ନେଇ ଧରପଡିଲେ ତାଳପଦା ଜିପିର ଆକାଉଟାଣ୍ଟ

ରାଜ୍ୟ

ବାରିପଦା : ଆଜି ଜଣେ କୃଷକ ଙ୍କ ଠାରୁ ଲାଞ୍ଚ ଟଙ୍କା ନେଉଥିବା ସମୟରେ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ତାଳପଦା  ଗ୍ରାମ ପଞ୍ଚାୟତର ଏକାଉଟେଣ୍ଟ ତଥା ଡାଟା ଏଣ୍ଟ୍ରି ଅପାରେଟର ହେମନ୍ତ କୁମାର ବେହେରା ଭିଜିଲାନ୍ସ ହାତରେ ରଙ୍ଗେ ହାତରେ ଧରପଡିଛନ୍ତି l ଶ୍ରୀ ବେହେରା ଜଣେ ଗରିବ ଚାଷୀ ଙ୍କ ଠାରୁ 2500 ଟଙ୍କା ଆଜି ନିଜ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ଛକିଥିବା ବାରିପଦା ଭିଜିଲାନ୍ସ ବିଭାଗର ଏକ ଟିମ ତାଙ୍କୁ ମାଡ଼ିବସିଥିଲେ l ସୂଚନା ଯୋଗ୍ୟକି ଉକ୍ତ ଗ୍ରାମପଞ୍ଚାତର ଜଣେ ବେନିଫିସିଆରୀ ଏମାଆରଏନଜିଏସ ଯୋଜନାରେ ପୋଖରୀ ଖୋଳିବା ପାଇଁ ବ୍ଲକ ରୁ ଅନୁମତି ପାଇଥିଲେ l ଉକ୍ତ ଯୋଜନା  ଏସଟି, ଏସସି ଏବଂ ଗରିବ କୁଷକ ମାନଙ୍କ ଅଟେ l ମାତ୍ର ଏହାର ୱାର୍କ ଅର୍ଡର ପାଇଁ ବେନିଫିସିଆରୀ ଶ୍ରୀ ବେହେରା ଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ୱେ ମଧ୍ଯ ସିଏ କନ୍ନପାତ କରିନଥିଲେ l ଶ୍ରୀ ବେହେରା ୱାର୍କ ଅର୍ଡର ଦେବା ପାଇଁ 2500 ଟଙ୍କା ଲାଞ୍ଚ ମାଗିଥିଲେ l ଏହି ଟଙ୍କା ଦେବାକୁ ସମ୍ପୃକ୍ତ ଚାଷୀ ଅସମର୍ଥ ପ୍ରକାଶ କରିଥିଲେ l ଶେଷରେ ବାଧ୍ୟ ହୋଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ l ଏ ବାବଦରେ ବାଲେଶ୍ଵର ଭିଜିଲାନ୍ସ କେସ ନମ୍ବର 18/5-12-2025 ରେ ଏକ ମାମଲା ରୁଜୁ କରାଯାଇଅଛି l ଆଜି କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଅଛି l ଏଥି ସହିତ ଶ୍ରୀ ବେହେରା ଙ୍କ ନିଜ କାର୍ଯ୍ୟାଳୟ ସମେତ ଖୁଣ୍ଟା ଥାନା ଅନ୍ତର୍ଗତ ନିଜ ଗ୍ରାମ ଗଦାଧର କୁମାରୀପୁର ରେ ମଧ୍ଯ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଅଛି l