Img 20251205 wa0265

ବକେୟା ଦାବିରେ ଫରେଷ୍ଟର ଓ ଏସିଏଫଙ୍କୁ ନିର୍ଦ୍ଧୁମ ଛେଚିଲେ ମହିଳା

ରାଜ୍ୟ
ବାରିପଦା: ଫରେଷ୍ଟରଙ୍କୁ ଜୋତାରେ ନିର୍ଧୁମ ପିଟିଲେ ମହିଳା, ଉଦ୍ଧାର କରିବାକୁ ଯାଇଥିବା ଏସିଏଫଙ୍କୁ ମଧ୍ୟ ମାଡ଼,  ବକେୟା ଦେୟ ପାଇ ନଥିବାରୁ ଫରେଷ୍ଟରଙ୍କୁ ଗାଳି ଗୁଲଜ ସହ  ଜୋତାରେ  ସେକିଲେ ସ୍ଥାନୀୟ ମହିଳl ।ଉଦ୍ଧାର କରିବାକୁ ଆସିଥିବା ଏସିଏଫ ଙ୍କୁ ମଧ୍ୟ ମାଡ ମାରିବା ସହ ଠେଲାପେଲା କଲେ ସ୍ଥାନୀୟ ଲୋକେ ।ସୂଚନାଯୋଗ୍ୟ  ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ବରେହିପାଣି ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଚହଲା ଏସିଏଫ ଲମ୍ବୋଦର ବାସ୍କେ ଓ ବରେହିପାଣି ରେଞ୍ଜ ଫରେଷ୍ଟର କାଳିଚରଣ ନାଏକ  । ଦିର୍ଘଦିନ ହେଲା ବକେୟା ଦେବାରେ ବନ ବିଭାଗର ଟାଳଟୁଳ ନୀତି ।ଶେଷରେ ଉତ୍ତେଜିତ ହୋଇ ଘେରିଲେ ବରେହିପାଣି ରେଞ୍ଜ କାର୍ଯ୍ଯାଳୟ ‌ l ବକେୟା ଦେୟ ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ ବରେହିପାଣି ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ହଠାତ୍ ଫରେଷ୍ଟରଙ୍କୁ ଆକ୍ରମଣ କରିଥିଲେ ଧାରଣାରେ ବସିଥିବା ମହିଳାମାନେ । ଫରେଷ୍ଟରଙ୍କୁ ଲୋକଙ୍କ ଠାରୁ ଉଦ୍ଧାର କରିବାକୁ ଯାଇ ଏସିଏଫ ମଧ୍ୟ ସ୍ଥାନୀୟ ଲୋକଙ୍କ ରୋଷର ଶିକାର ହୋଇଛନ୍ତି । ତେବେ ଏ ଘଟଣାକୁ ନେଇ ଥାନାରେ ବନବିଭାଗ ପକ୍ଷରୁ କୌଣସି ମାମଲା ଦାଏର ହୋଇନଥିବା ସୂଚନା ମିଳିଛି ।