Img 20251204 wa0140

ରାସଗୋବିନ୍ଦପୁର ବିମାନବନ୍ଦର ଜମି ଅଧିଗ୍ରହଣ ସମ୍ପର୍କିତ ବୈଠକ

ରାଜ୍ୟ
ବାରିପଦା: ଐତିହାସିକ ରାସଗୋବିନ୍ଦପୁର ବିମାନବନ୍ଦର ପ୍ରକଳ୍ପକୁ ଅବିଳମ୍ବେ ଶେଷ କରିବା ପାଇଁ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏଯାବତ୍ ଏନେଇ ଥିବା ଜମିଜମା ହସ୍ତାନ୍ତର ମାମଲାକୁ ଅନୁଧ୍ୟାନ ପାଇଁ ବେସାମରିକ ବିମାନ ଚଳାଚଳ ଉପଦେଷ୍ଟା ସୁରେଶ ଚନ୍ଦ୍ର ହୋତା, ଜମି ଅଧିଗ୍ରହଣ ଅଧିକାରୀ ଉମାକାନ୍ତ ବାରିକକୁ ନେଇ ଗଠିତ ବିଶେଷଜ୍ଞ କମିଟି ଆଜି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନେତ୍ରାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଜିଲ୍ଲା ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଉକ୍ତ ପ୍ରକଳ୍ପ ପାଇଁ ବର୍ତ୍ତମାନ ସୁଦ୍ଧା ୧୬୦ ଏକର ପ୍ରତିରକ୍ଷା ବିଭାଗର ଜମି  ହସ୍ତାନ୍ତର ହୋଇଛି । ଏଥିରୁ ୪୭ ଏକର ଜମି ଡିପିଆର୍ ରେ ସ୍ଥାନିତ ହେବା ସହ ମାଷ୍ଟର ପ୍ଲାନରେ ଅନ୍ତର୍ଭୁକ୍ତ ହୋଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ । ସେହିପରି ପ୍ରକଳ୍ପ ପାଇଁ ସମୁଦାୟ ୪୪୩ ଏକର ଜମି ଆବଶ୍ୟକତା ପୂରଣ କରିବାକୁ ଡିସେମ୍ବର ଶେଷ ସୁଦ୍ଧା ଗ୍ରାମସଭା ସମ୍ପୂର୍ଣ୍ଣ କରି ଏକ ବର୍ଷ ମଧ୍ୟରେ ସମସ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ କରାଯିବା ନେଇ ସ୍ଥିରୀକୃତ ହୋଇଛି ବୋଲି ଉପ ଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡ଼ା ପ୍ରକାଶ କରିଛନ୍ତି । ଆଜିର ଏହି ଆଲୋଚନା ସମୟରେ ଭୂର୍ଜନ ଅଧିକାରୀ ଶିବାରାମ ମୁଣ୍ଡା, ଅଧିକ୍ଷଣ ଯନ୍ତ୍ରୀ (ପୂର୍ତ୍ତ) ରୋହନ ରାୟ, ଆରଟିଓ ପ୍ରଶାନ୍ତ କୁମାର ପରିଡ଼ା, ଡେପୁଟି କଲେକ୍ଟର (ରାଜସ୍ୱ) ଶ୍ରଦ୍ଧା ସୁମନ, ମୋରଡ଼ା ଏବଂ ରାସଗୋବିନ୍ଦପୁର ତହସିଲଦାର, ଡି ଆଇ ପି ଆର ଓ,ମୟୂରଭଞ୍ଜ,ଏସ ଡି ଆଇ ପି ଆର ଓ, ବାରିପଦାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ବିଭାଗୀୟ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ ।
Shrutilipi ad