Screenshot 2025 12 04 132653

ମହାଶିବରାତ୍ରୀ ପୂର୍ବରୁ ଏକାମ୍ର ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ

ରାଜ୍ୟ

ଭୁବନେଶ୍ବର: ଭୁବନେଶ୍ବର ଏକାମ୍ର ପ୍ରକଳ୍ପ କାମ ମହାଶିବରାତ୍ରୀ ପୂର୍ବରୁ ସାରିବାକୁ ଯୋଜନା ରହିଛି। ମହାଶିବରାତ୍ରି ପୂର୍ବରୁ ଜରୁରୀକାଳୀନ ଭିତ୍ତିରେ ପାର୍କିଂ ଏବଂ ମନ୍ଦିରର ଚତୁଃପାର୍ଶ୍ଵର ଆଲୋକୀକରଣ କାର୍ଯ୍ୟ, ପାର୍କିଂ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବିନ୍ଦୁ ସାଗରକୁ ସଫା ସହ ଦେବୀ ପାଦହରା,ପାପ ନାଶିନୀର ପୁନଃ ଉଦ୍ଧାର କରାଯିବ।

ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି ଯେ,ଯେଉଁଠି ଜମି ଅଧିଗ୍ରହଣ ସମସ୍ୟା ଥିଲା, ସେଠି କାମ ବନ୍ଦ ରହିଛି । ଯେଉଁ ସଂସ୍ଥାକୁ କାମ ଦିଆଯାଇଥିଲା ସେ ବିଳମ୍ବ କଲା । ତେଣୁ ୧୫ ଦିନରେ ଟେଣ୍ଡର ଡାକି ନୂଆ ସଂସ୍ଥାକୁ କାମ ଦିଆଯିବ ।

ସୂଚନାଥାଉକି, ଏକାମ୍ର ପ୍ରକଳ୍ପର ସମୀକ୍ଷା କରିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀ ରାଜ ହରିଚନ୍ଦନ । ଗତକାଲି ଲୋକସେବା ଭବନ ଠାରେ ଏକାମ୍ର ସଂରକ୍ଷଣ ଯୋଜନା ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ବିନ୍ଦୁସାଗରର ପାର୍ଶ୍ୱବର୍ତ୍ତୀ ସୌନ୍ଦର୍ଯ୍ୟକରଣ, ଔଷଧୀୟ ଉଦ୍ୟାନର ସଂରକ୍ଷଣ, ମନ୍ଦିର ସହିତ ବିଭିନ୍ନ ମଠର ପୁନଃନିର୍ମାଣ,ସେବାୟତ ମାନଙ୍କ ପାଇଁ ମୋବାଇଲ, ଶୌଚାଳୟର ବ୍ୟବସ୍ଥା ଇତ୍ୟାଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଉପରେ ଆଲୋଚନା କରାଯାଇଛି। ଏକାମ୍ର ପ୍ରୋଜେକ୍ଟ ପାଇଁ ସମୁଦାୟ ଜମି ଅଧିଗ୍ରହଣରୁ ଅବଶିଷ୍ଟ ଅଂଶ ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ପୂର୍ତ୍ତ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।​​​​​​​

 

Shrutilipi ad