Img 20251201 wa0133

ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ

ରାଜ୍ୟ
ବାରିପଦା: ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ସ୍ୱୀକୃତି ପ୍ରାପ୍ତ ଅନୁଷ୍ଠାନ ଜେ ଜେ ପି ଡି ଓ  ର ସହଯୋଗରେ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି I ଏହି ଅବସରରେ ନଭେମ୍ବର ୧୪ ଓ ୧୫ ତାରିଖ ଦିନ ସ୍ଥାନୀୟ ମହାରାଜ ପୁର ସ୍ଥିତ ଓ ଆର ଡି ଓପେନ ଏଆର ଥିଏଟର ପରିସରରେ ବିର୍ସା ମୁଣ୍ଡାଙ୍କ ଜୀବନ କାହାଣୀ ଉପରେ ଆଧାରିତ ନାଟକ “ଆବୁଆ ଦିଶମ ଆବୁଆ ରାଜ” ମଞ୍ଚସ୍ଥ ହୋଇଥିଲା I ଅନମ ଶେଖ ଓ ସୋମନାଥ ସିଂହଙ୍କ ରଚିତ ତଥା ଶେଖ ଖଇରୁଦ୍ଦିନଙ୍କ ନିର୍ଦ୍ଦେଶିତ ନାଟକରେ ଦିଲ୍ଲୀରୁ ଆସିଥିବା କଳାକାର ଅନୁପ ରଞ୍ଜନ, ଡଃ ଏସ କେ ସିଂହ, ରମେଶ ବୋରା, ନେନସୀ ମୁଣ୍ଡା, ତ୍ରିଲୋଚନ ଝା, ଅନମ ଶେଖଙ୍କ ସମେତ ବାରିପଦାର ରମେଶ ହେମ୍ବ୍ରମ, ଆଲୋକ ବାରିକ, ରାଜେଶ ଦାଶ ପ୍ରମୁଖ ଅଭିନୟ କରିଥିଲେ I କଳାକାର ମାନଙ୍କ ଜୀବନ୍ତ ଅଭିନୟ ସ୍ଥାନୀୟ ଦର୍ଶକଙ୍କ ଦ୍ୱାରା ବେଶ ପ୍ରଶଂସିତ ହୋଇଥିଲା I ନଭେମ୍ବର ୩୦ ତାରିଖ ଦିନ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜନ୍ମ ଜୟନ୍ତୀର ସମାପନ ଦିବସରେ ଓ ଆର ଡି ଓ ପି ସି ପୁର ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା I ଏହି ଅବସରରେ ସୋମନାଥ ସିଂହଙ୍କ ପୌରହିତ୍ୟରେ ବିର୍ସା ମୁଣ୍ଡାଙ୍କ ଜୀବନ କାହାଣୀ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଥିଲା I ଏହି ସେମିନାରରେ ଶେଖ ଖଇରୁଦ୍ଦିନଙ୍କ ସମେତ ବାରିପଦା କଳାକାର ପରିବାରର ସଭାପତି ସନ୍ତୋଷ ମହାନ୍ତି, ସମ୍ପାଦକ ଜ୍ଞାନ ରଞ୍ଜନ ପଣ୍ଡା, ବରିଷ୍ଠ ଅଭିନେତା ନିର୍ଦ୍ଦେଶକ କ୍ଷୀରୋଦ ବିହାରୀ ସିଟ, ପ୍ରକାଶ ଦାଶ, ଆଶିଷ କୁମାର ବସା, ତ୍ରିଲୋଚନ ସାହୁ ତଥା ଅଭିନେତା ପ୍ରସନ୍ନ କୁମାର ମହାନ୍ତି, କୁନ୍ଦନ ଭଞ୍ଜ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ I
Shrutilipi ad