ବାରିପଦା: ସ୍ଥାନୀୟ ଏମ ପି କେ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବାରିପଦା ବ୍ଲକ ସ୍ତରୀୟ ଵାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରଦର୍ଶନୀରେ ପ୍ରାଥମିକ ସ୍ତରରୁ ୩୫ଟି, ଉଚ୍ଚ ବିଦ୍ୟାଳୟ ସ୍ତରରୁ ୧୪୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା I ଗୋଷ୍ଠୀ ଶିକ୍ଷା ଅଧିକାରୀ ଡଃ ଅଭିମନ୍ୟୁ ସେଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଭବିଷ୍ୟରେ ଦେଶର ପ୍ରଗତିରେ କୁନି ବୈଜ୍ଞାନିକ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ପ୍ରକାଶ କରିଥିଲେ I ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ର. ଡଃ ସରୋଜ କୁମାର ନାୟକ, ପୂର୍ବତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ନଳିନୀକାନ୍ତ ଚୌଧୁରୀ ଓ ସୁଦର୍ଶନ ପଣ୍ଡା କୁନି ବୈଜ୍ଞାନିକ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଓ ବ୍ରଜମୋହନ ମୁର୍ମୁ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ କୁମାର ମହାନ୍ତ ଉପସ୍ଥିତ ଥିଲେ I ଓଡିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳର ବିବେକ କୁମାର ସାଓ, ଏମ ପି କେ ଉଚ୍ଚ ବିଦ୍ୟାଳୟର ଆଦ୍ୟାଶା ଦାସ, ଏମ ଟି କେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାମୁନି ମୁର୍ମୁ, କେ ସି ପୁର ଉଚ୍ଚ ବିଦ୍ୟାଳୟର ଜୟଶ୍ରୀ ମହାନ୍ତ, ପି ଏମ ଶ୍ରୀ ଏମ କେ ସି ଉଚ୍ଚ ବିଦ୍ୟାଳୟର ରୀତିଶା ନାଏକ, କମଳା ନେହେରୁ ଉଚ୍ଚ ବିଦ୍ୟାଳୟର ନିଶିସ୍ୱପ୍ନା ଦାସ ଓ ଭଂଜପୁର ବାଳିକା ଉଚ୍ଚ ବିଦ୍ୟାଳୟର ମୌସୁମୀ ପାତ୍ରଙ୍କ ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହେବା ସହ ଜିଲ୍ଲାସ୍ତରକୁ ମନୋନୀତ ହୋଇଛି I ତତସହିତ ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ପ୍ରକଳ୍ପ ଗୁଡିକ ମଧ୍ୟ ପୁରସ୍କୃତ ହୋଇଥିଲେ I ବିଚାରକ ଭାବେ ଜଗନ୍ନାଥ ସାହୁ, ଦିଲ୍ଲୀପ ମିଶ୍ର, ରବୀନ୍ଦ୍ର ସେଠି ଓ ସୁବୋଧ କୁମାର ସାହୁ ଯୋଗଦେଇ ଶ୍ରେଷ୍ଠ ପ୍ରକଳ୍ପ ଗୁଡିକୁ ଚୟନ କରିଥିଲେ I ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ ପୁରସ୍କାର ବିତରଣ କରିବା ସହ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡଃ ସେଠି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଦାଶ ଓ ଶ୍ରୀ ମୁର୍ମୁ ଉପସ୍ଥିତ ରହି କୃତୀ ପ୍ରତିଭାଙ୍କୁ ପୁରସ୍କାର ବିତରଣ କରିଥିଲେ I ବିଦ୍ୟାଳୟର ଶିକ୍ଷକ ସଞ୍ଜୟ କୁମାର କଲିଆ ଓ ବିଶେଶ୍ୱର ଦ୍ବିବେଦୀ, ମନୋଜ ପରିଡା, ଶିକ୍ଷକ ଗୌତମ ଦାସ, ନାରାୟଣ କିଙ୍କର ଦତ୍ତ, ରତ୍ନା ବାନାର୍ଜୀ, ସମସ୍ତ ସି ଆର ସି ସି, ଶିକ୍ଷକ ସଂଘର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

