Photo for the news of gangadhar

ଡାକ୍ତର ପୁଅଙ୍କ ସାମ୍ନାରେ ବାପାଙ୍କ ମୃତ୍ୟୁ

ରାଜ୍ୟ

ଆଗରପଡ଼ା :ବିଧିର ବିଧାନ ବଡ଼ ବିଚିତ୍ର । ବାପା ହଠାତ ଅସୁସ୍ଥ ହୋଇ ପଡ଼ିଲେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଆଗରପଡ଼ା ମେଡିକାଲରେ କାର୍ଯ୍ୟରତ ତାଙ୍କ ଡାକ୍ତର ପୁଅ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ ମାତ୍ର କିଛି କ୍ଷଣ ମଧ୍ୟରେ ପୁଅଙ୍କ ସାମ୍ନାରେ ବାପା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହିପରି ଦୁଃଖଦ ଘଟଣା ଏଠାରେ ଘଟିଛି । ଡାକ୍ତର ଶିଶିର ରାଉତ ଆଗରପଡ଼ା ମେଡିକାଲରେ କାର୍ଯ୍ୟରତ ଅଛନ୍ତି । ହାଟଡିହି ବ୍ଲକର ମୌଦା ଗ୍ରାମର ତାଙ୍କ ବାପା ଗଂଗାଧର ରାଉତ ଗତ ୨୩ ତାରିଖ ରବିବାର ରାତିରେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ତାଙ୍କ ପୁଅ ଚିକିତ୍ସା କରୁଥିବାବେଳେ ବାପାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ପୁଅ ସାମ୍ନାରେ ବାପାଙ୍କ ମୃତ୍ୟୁ ଘଟଣା ଅତ୍ୟନ୍ତ ହୃଦୟ ବିଦାରକ ଥିଲା ।

Shrutilipi ad