Img 20251126 wa0214

ଆର୍.କେ. ଜୁନିଅର କଲେଜରେ ସମ୍ବିଧାନ ଦିବସ ପାଳିତ

ରାଜ୍ୟ
ବାରିପଦା :  ମୟୂରଭଂଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳାସ୍ଥିତ ଆର୍.କେ. ଜୁନିଅର କଲେଜ ପରିସରରେ ୭୬ ତମ ସମ୍ବିଧାନ ଦିବସ ଅବସରରେ ଅଧ୍ୟକ୍ଷ କବି ସଂଗ୍ରାମ ଶତପଥୀଂକ ପୌରୋହିତ୍ୟରେ ଏକ ସଭା ଆୟୋଜିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ଇତିହାସ ଅଧ୍ୟାପକ ଅଜୟ କୁମାର ଗିରି ଯୋଗ ଦେଇ ସମ୍ବିଧାନର ଭିତ୍ତିଭୂମି ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଂକୁ ନିଜ ଅଭିଭାଷଣ ମାଧ୍ୟମରେ କହିଥିଲେ।
ଅନ୍ୟ ମାନଂକ ମଧ୍ୟରେ ଅଧ୍ୟାପକ ଶଶିକାନ୍ତ ନନ୍ଦ, ଅନୀଲ କୁମାର ଗିରି, ରୂପ ନାରାୟଣ ମାଝି, ରମାକାନ୍ତ ପାତ୍ର, ପ୍ରହ୍ଲାଦ ସ୍ୱାଇଁ, ଯୋଗେଶ୍ୱର ତୁଂ, ମାୟାଧର ସି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଂକୁ ଏ ସମ୍ପର୍କରେ ଅନେକ ଉପାଦେୟ ତଥ୍ୟ ମାନ ବିଷୟରେ ଅବଗତ କରାଇଥିଲେ। ପରେ ପରେ ସମ୍ବିଧାନର ପ୍ରସ୍ତାବନା ବା ପ୍ରିଆମ୍ବଲ କୁ ସମସ୍ତେ ଏକ ସମୟରେ ଉଚ୍ଚ କଣ୍ଠ ରେ ଉଚ୍ଚାରଣ କରିଥିଲେ। ରାଧାନାଥ ଗିରି, ନନୀକାନ୍ତ ନନ୍ଦ, ଭଜହରି ମାଝି, ନନ୍ଦ କିଶୋର ହେମ୍ବ୍ରମ, ରାମଦାସ ମାଝି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।
Shrutilipi ad