Untitled 2025 11 25 12 31 43

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସମ୍ବଲପୁର ଓ ଯାଜପୁରରେ ବିଶାଳ ପଦଯାତ୍ରା

ରାଜ୍ୟ

ସମ୍ବଲପୁର : ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସମ୍ବଲପୁରରେ ବିଶାଳ ପଦଯାତ୍ରା ଆୟୋଜିତ ହୋଇଛି। ଏହି ପଦଯାତ୍ରା ସମ୍ବଲପୁର ରିଜର୍ଭ ଗ୍ରାଉଣ୍ଡରୁ ଆରମ୍ଭ ହୋଇ ଲଷ୍ମୀ ଟକିଜ ଛକ, ଜେଲ ଛକ ଦେଇ ମହିଳା ମହାବିଦ୍ୟାଳୟ ଗ୍ରାଉଣ୍ଡ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି।
ସେହିପରି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରୀ ନାୟକ, ଆଇଜି ହିମାଂଶୁ ଲାଲ, ଏସପି ମୁକେଶଧାମୁ ଓ ଜିଲ୍ଲାପାଳ ସିଦ୍ଧେଶ୍ବର ବଲିରାମ ବୋନ୍ଦରଙ୍କ ସମେତ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ଅନ୍ୟ ସରକାରୀ ଅଧିକାରୀମାନେ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି। କାର୍ଯ୍ୟକ୍ରମ ଶେଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବତରଣ କରିଥିଲେ।
ସେହିପରି ଯାଜପୁରଜିଲ୍ଲା ଧର୍ମଶାଳାରେ ଏକତା ପଦଯାତ୍ରାରେ ସାମିଲ ହୋଇଛନ୍ତି ହଜାର ହଜାର ଲୋକେ। ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ହୋଇଥିବା ବେଳେ ଧର୍ମଶାଳାର ନାକପୋଲ ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ କାଏମା ଠାରେ ଶେଷ ହୋଇଛି। ଏହି ପଦଯାତ୍ରାରେ ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସହ ଯାଜପୁର ଜିଲ୍ଲାପାଳ, ଏସପି, ସରକାରୀ କର୍ମଚାରୀ ଓ ବୁଦ୍ଧିଜୀବୀ ସାମିଲ ହୋଇଛନ୍ତି। ପଦଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ମେଲୋଡି, ନୃତ୍ୟ, ଦାସକାଠିଆ, ପାଲା ଓ ଘୁମୁରା ବାଦ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

Shrutilipi ad