ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉଦବେଗଜନକ: ଘରେ ରହି କାମ କରିବେ ୫୦% କର୍ମଚାରୀ

ଦେଶ - ବିଦେଶ

ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉଦବେଗଜନକ ସ୍ଥିତିରେ ରହିଛି। ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୦୦ ଅତିକ୍ରମ କରିଛି, ଏବଂ ନୋଏଡାର AQI ମଧ୍ୟ ୪୦୦ ରେ ପହଞ୍ଚିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଘରୋଇ ପ୍ରତିଷ୍ଠାନଗୁଡ଼ିକୁ ଘରୁ କାମ କରିବାକୁ ନିର୍ଦେଶ ଦିଆଯାଇଛି। ବେସରକାରୀ ଅଫିସ ମାନଙ୍କରେ ୫୦ ପ୍ରତିଶତ ଘରେ ରହି କାମ କରିବା ଲାଗି ନିର୍ଦେଶ ରହିଛି। ଲଗାତାର ୯ମ ଦିନ ପାଇଁ ପ୍ରଦୂଷଣ ଖରାପ ଥିବାରୁ କଟକଣା ଜାରି କରାଯାଇଛି। କମିଶନ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ (CAQM) ଅନୁଯାୟୀ, ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ନିର୍ଦେଶ ରହିଛି।

ସେପଟେ ଏମ୍ସ ଏକ ପୃଥକ ପରାମର୍ଶ ଜାରି କରିଛି, ଏବଂ ଦିଲ୍ଲୀରେ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରିବାକୁ ଆହ୍ୱାନ ଆରମ୍ଭ ହୋଇଛି, କାରଣ ଦିଲ୍ଲୀର ବିଷାକ୍ତ ବାୟୁ ଶ୍ୱାସକ୍ରିୟା ସମସ୍ୟା ଏବଂ ହୃଦରୋଗ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିପଦକୁ ବୃଦ୍ଧି କରିପାରେ। ଏହି ବାୟୁ ବିଶେଷ କରି ପିଲା, ବୃଦ୍ଧ ଏବଂ ଶ୍ୱାସରୋଗ ରୋଗୀଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ।

Shrutilipi ad