- ସାଲିସ ବିହୀନ ନେତା ଥିଲେ ଦିପ୍ତିକାନ୍ତ
ବାରିପଦା: ନେସ୍କୋ ପାଓ୍ବାର ଏମ୍ପ୍ଲୋଇଜ୍ ୟୁନିୟନର ଉଦଳା ଡିଭିଜନ ସମ୍ପାଦକ ଦିପ୍ତିକାନ୍ତ ଭୂୟାଁ ଙ୍କ ବିୟୋଗରେ ଆଜି ପୂର୍ବାହ୍ନରେ ପଣ୍ଡିତ ରଘୁନାଥ ମୁର୍ମୁ ଭବନ,
ବିଦୁବାଗାନ,ଉଦଳା ଠାରେ ଏକ ସ୍ମୃତ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ବିଭିନ୍ନ ସଙ୍ଗଠକ ର ଚାରିଶହ ରୁ ଅଧିକ ସଦସ୍ୟ ଯୋଗ ଦେଇଥିଲେ।ସଙ୍ଘର ସାଧାରଣ ସମ୍ପାଦକ ଜ୍ଯୋତିକୃଷ୍ଣ ବେହେରାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ,ଉଦଳା ଶ୍ରୀନାଥ ସୋରେନ୍ ,ମୁଖ୍ୟ ବକ୍ତା ଭାବେ ନିର୍ବାହୀ ଯନ୍ତ୍ରୀ,
ଉଦଳା, ରାଜେଶ ରଞ୍ଜନ ଘୋଡାଇ,ସ୍ବତନ୍ତ୍ର ଅତିଥି ଭାବେ ଅଧ୍ୟକ୍ଷ ଉଦଳା ବିଜ୍ଞାପିତ ଅଞ୍ଚଳ, ପ୍ରମିଳା ପଣ୍ଡା, ସମ୍ମାନିୟ ଅତିଥି ଭାବେ ନିର୍ବାହୀ ଯନ୍ତ୍ରୀ, ଏମଆରଟି,ବାରିପଦା, ରଣଜିତ କୁମାର ସାହୁ,ମଣ୍ଡଳ ଅଧିକାରୀ ଉଦଳା ଅଜୟ କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ଆଶିଷ କୁମାର ସାତୁଆ,
କନିଷ୍ଠ ଯନ୍ତ୍ରୀ କପ୍ତିପଦା,ଟେକି ନାଗେସ,କନିଷ୍ଠ ଯନ୍ତ୍ରୀ ବଡସାହି, ତାପସ କୁମାର ସାହୁ,ସଙ୍ଘର ସଙ୍ଗଠନ ସମ୍ପାଦକ ଦେବାଶିଷ ବବହେରା ପ୍ରମୁଖ ବହୁ ବକ୍ତା ଯୋଗଦେଇ ସ୍ବର୍ଗତ ଭୂୟାଁଙ୍କ ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ବକ୍ତା ମାନେ ସ୍ବର୍ଗତ ଭୂୟାଁଙ୍କ ବହୁମୁଖୀ ପ୍ରତିଭା ଓ ଲୋକପ୍ରିୟତା କୁ ଆଦର୍ଶ ଭାବେ ବର୍ତ୍ତମାନ ପିଢି ଗ୍ରହଣ କରିବାକୁ ପରାମର୍ଶ ଦେବା ସହିତ ସ୍ବର୍ଗତ ଭୂୟାଁଙ୍କ ଅକାଳ ବିୟୋଗ ବିଦ୍ଯୁତ୍ ବିଭାଗ ପାଇଁ ଅପୁରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିଥିଲେ। ଏଥି ସହିତ ସ୍ୱର୍ଗତ ଦୀପ୍ତିକାନ୍ତ ଭୂୟାଁ ଜଣେ ସାଲିସ ବିହୀନ ନେତା ଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ l ସ୍ମୃତି ସଭା ପ୍ରାରମ୍ଭରେ ୨ ମିନିଟ ନିରବ ପ୍ରାର୍ଥନା ସହ ସ୍ବର୍ଗତ ଭୂୟାଁଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ଯ ଅର୍ପଣ କରିଥିଲେ।ସ୍ବର୍ଗତ ଭୂୟାଁଙ୍କ ଅକାଳ ବିୟୋଗରେ ସଙ୍ଘର କାର୍ଯ୍ୟକର୍ତ୍ତା ମାନେ ମର୍ମାହତ ଥିବା ବେଳେ ଉପସ୍ଥିତ ଅତିଥି ମାନେ ଏ ସମୟରେ ଧର୍ଯ୍ୟ ର ସହିତ କାର୍ଯ୍ୟ କରି ସମସ୍ତ ଜଣେଜଣେ ଶ୍ରମିକ ନେତା ହୋଇ ବିଭାଗର ଉନ୍ନତି ସହିତ ଉତ୍ତମ ଗ୍ରାହକ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ।ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭା ପରିଚାଳନାରେ ଆଶିଷ କୁମାର ପୁହାଣ,ଦିନେଶ ଗୁପ୍ତା,ସତ୍ଯରଞ୍ଜନ ପାଣିଗ୍ରାହୀ,ଦେବାଶିଷ ଦତ୍ତ, ଜଳଧର ଜେନା,ଜନୀକାନ୍ତ ସାହୁ,ମାନସ ପାତ୍ର, ବିଶ୍ବଜିତ୍ ବାରିକ୍, ସୁଜିତ ଲେଙ୍କା,ମାନସ ଆଚାର୍ଯ୍ୟ,ଜ୍ଯୋତି ମହାପାତ୍ର,ସପନ୍ ଦାସ,ସନ୍ତୋଷ କୁମାର ନାଏକ୍,ଗୌରାଙ୍ଗ ପଣ୍ଡା,ଅକ୍ଷୟ ବିନ୍ଧାଣୀ ପ୍ରମୁଖ ସହଯୋଗ କରିଥିଲେ l ସର୍ବ ଶେଷରେ ସଙ୍ଗଠନର ଉଦଳା ପର୍ଯ୍ଯବେକ୍ଷକ ଜ୍ଯୋତି ବିଶ୍ବାଳ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

