ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଆର କେ ଫାଉଣ୍ଡେସନ ଆନୁକୂଲ୍ୟରେ ପ୍ରତିଷ୍ଠାତା ୧ନଂ ୱାର୍ଡର କାଉନସିଲର ସୁକେଶିନୀ ସେଠୀ ଓ ସମାଜସେବୀ ଅମର କୁମାର ସେଠି ନିଜ ଝିଅ ଆୟେଷା କେଶୋର ସେଠିର ଜନ୍ମଦିନକୁ ରକ୍ତଦାନ ଶିବିର ଆୟୋଜନ କରି ପାଳନ କଲେ I ନିଆରା ଢଙ୍ଗରେ ପାଳିତ ଜନ୍ମଦିନ ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ବାପା ଅମର ସେଠି ଓ ଭାଇ ଅବିନାଶ କୁମାର ସେଠିଙ୍କ ସମେତ ମୋଟ ୪୩ ଜଣ ରକ୍ତଦାନ କରିଥିଲେ I ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ନଗରପାଳ କୃଷ୍ଣI ନନ୍ଦ ମହାନ୍ତି, ସମାଜସେବୀକା ରଂଜିତା ସୋରେନ, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଡଃ ଶ୍ୟାମସୁନ୍ଦର ଖଣ୍ଡେଲୱାଲ, ୨୩ ନଂ କାଉନସିଲର ଅନନ୍ତ ଦାସ, ଲିଟନ ମହାପାତ୍ର, ଗୌରବ ମୋଦି, ମନୀଷ ଖଣ୍ଡେଲୱାଲ ସାମ୍ବାଦିକ ସତ୍ୟଜିତ ସୋମ ଓ ମନୋଜ ପଣ୍ଡା ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ମେଡିକାଲ ଅଫିସର ଡଃ ନୀଲେଶ ଦାସଙ୍କ ନେତୃତ୍ୱରେ ରୁଚିକା ଖୁରାନା, କଳ୍ପନା ମହାନ୍ତ, ଶକୁନ୍ତଳା ମହାନ୍ତ, ପାର୍ଥସାରଥୀ ମହାନ୍ତ ରକ୍ତ ସଂଗ୍ରହ କରିଥିଲେ I ଦୀପକ କୁମାର ମିଶ୍ର, ସୋମନାଥ ସିଂହ, ସଂଜୀବ ଘୋଷ, କିଚକ ବେହେରା, କ୍ଷୀରୋଦ ଭୂୟାଁ, ସୋନାଲି ମିଶ୍ର, ଭଗବତୀ ଭୂୟାଁ, ମିଲନ ସ୍ୱାଇଁ ଓ ଫିଉଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ସ୍ବେଛାସେବୀ ଶିବିର ପରିଚାଳନାରେ ସହାୟତା କରିଥିଲେ I ସମସ୍ତ ରକ୍ତଦାତାଙ୍କୁ ସୁନ୍ଦର ଉପହାର ସହ ମାନପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା I

