ବିକଶିତ ଓଡ଼ିଶାର ଅନ୍ତରାତ୍ମା ଡ. ହରେକୃଷ୍ଣ ମହତାବ:ବିଧାୟକ ଶୀତାଶୁଂ ମହାପାତ୍ର

ରାଜ୍ୟ
  • ଜନ୍ମମାଟି ଆଗରପଡ଼ାରେ ଡ. ହରେକୃଷ୍ଣ ମହତାବଙ୍କ ୧୨୬ତମ ଜୟନ୍ତୀ ମହୋତ୍ସବ

ଆଗରପଡ଼ା:ଡ.ହରେକୃଷ୍ଣ ମହତାବ ଆମ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଜୀବନର ଅନ୍ୟତମ କର୍ଣ୍ଣିଧାର କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରାତଃ ସ୍ମରଣରେ ସେ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି ବଂର ଜଣେ ରାଜନୈତିକ ନେତା ଓ କୁଟନୀତିଜ୍ଞ ଭାବରେ ସେ ଯେତିକି ସର୍ବଭାରତୀୟ ସ୍ତରରେ ସୁପରିଚିତ ଓ ସମ୍ମାନୀତ ସେତିକି ଜଣେ ଐତିହାସିକ, ସାହିତ୍ୟକ ସାମ୍ବାଦିକ,ଦକ୍ଷ ପ୍ରଶାସକ ଓ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଭାବରେ ସୁପରିଚିତ,ସେଥିଲେ ବିକଶିତ ଓଡ଼ିଶାର ଅନ୍ତରାତ୍ମା ବୋଲି ଆଗରପଡା ହେମପଦ୍ମ ଗାଲାକ୍ସି ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ଡ. ହରେକୃଷ୍ଣ ମହତାବଙ୍କ ୧୨୬ ତମ ଜୟନ୍ତୀ ମହୋତ୍ସବରେ ଭଦ୍ରକ ବିଧାୟକ ଶୀତାଶୁଂ ଶେଖର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ । ଜୟନ୍ତୀ କମିଟିର ସଭାପତି ତଥା କଟକ ଭୁବନେଶ୍ୱର କମିସନରେଟ୍ ପୋଲିସ୍ ଆଡଭୋକେଟ ମନୋଜ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାଧାରଣ ସଭାର ମୁଖ୍ୟ ବକ୍ତା ଭାବେ ଓଡ଼ିଶାର ବରିଷ୍ଠ ଅସ୍ଥିଶଲ୍ୟ ଓ ସ୍ନାୟୁ ରୋଗ ବିଶେଷଜ୍ଞ ଡା ଦାମୋଦର ପଣ୍ଡା ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ, ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡା ପୃଥିରାଜ ପଣ୍ଡା, ସମାଜସେବୀ ରବି ନାରାୟଣ ପଣ୍ଡା, ବିଜେପି ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ ପ୍ରମୁଖ ମଂଚାସୀନ ହୋଇ ଡ. ମହତାବଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । କମିଟିର ସାଧାରଣ ସମ୍ପାଦକ ତଥା ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ ମଂଚ ସଂଚାଳନ ଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ତଥା ଶିକ୍ଷାବିତ ପ୍ରଫୁଲ୍ଲ ବିଶ୍ୱାଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ, ରାଜ୍ୟ ମାନବାଧିକାର କମିଶନ ସଂପାଦକ ନିରୋଜ ଆଇଚ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଡ. ମହତାବଙ୍କ ଫଟୋ ଚିତ୍ରରେ ଅତିଥି ମାନେ ପୁଷ୍ପମାଲ୍ୟ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ବିଶିଷ୍ଠ ପ୍ରତିଭାଧର ବ୍ୟକ୍ତି ପାଇମହୁରା ସରକାରୀ ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଚିନ୍ତାମଣୀ ପାଣିଗ୍ରାହୀ, ନରାଜପୁର କ୍ଳଷ୍ଟର ସିଆରସିସି ପ୍ରଦୀପ ପଲେଇ, କାଦବରାଙ୍ଗ ହାଇସ୍କୁଲର ପ୍ରଧାନଶିକ୍ଷକ ବିମଳ ଚନ୍ଦ୍ର ଦାସ, କୃଷ୍ଣ ଚରଣ ବିଦ୍ୟାମନ୍ଦିରର ସହକାରୀ ଶିକ୍ଷକ ଅଶୋକ ଖିଲାର,ସରମରା ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ନିରଞ୍ଜନ ରାଉତ ଏବଂ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଖେଳି ଆଗରପଡ଼ାକୁ ଗୌରବାନ୍ୱିତ କରିଥିବା କୁନି ପ୍ରତିରା ସାକ୍ୟ ପ୍ରତୀକ ବେହେରା ପ୍ରମୁଖଙ୍କୁ ଅତିଥି ମାନେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଦିର୍ଘ ୨ଦିନ ଧରି ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ୨ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକୁ କମିଟି କୋଷାଧକ୍ଷ ତପନ ପୃଷ୍ଟି,ଚିତରଞ୍ଜନ ସିଂହ,ଜୟଦେବ ସିଂହ,ମାମୁନ ସିଂହ, ପରେଶ ରଥ,ମୁକେଶ ସାହୁ, ଅକ୍ଷୟ ରାଉତ, ଦିବ୍ୟ ଆକାଶ ପୁହାଣ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Shrutilipi ad