Zz

କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀଙ୍କୁ ଫୁଲ ବ୍ୟବସାୟୀଙ୍କ ଖୁଲମଖୁଲା ଅସମ୍ମାନ: ରାତାରାତି ଗାୟବ ହେଲା ସ୍ୱାଗତ ହୋର୍ଡିଂ, କାର୍ଯ୍ୟାନୁଷ୍ଠାନ ଅପେକ୍ଷାରେ ସାଧାରଣ ଜନତା

ରାଜ୍ୟ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜଧାନୀରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇବା ପାଇଁ ଦଳୀୟ କର୍ମୀ ଓ ଶୁଭେଚ୍ଛୁମାନେ ରାଜଧାନୀର ବିଭିନ୍ନ ସ୍ଥାନରେ ବ୍ୟାନର ଓ ହୋର୍ଡିଂ ଲଗାଇଛନ୍ତି। କିନ୍ତୁ ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରି ଜଣେ ଫୁଲ ବ୍ୟବସାୟୀ ଉଭୟ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀଙ୍କୁ ଅସମ୍ମାନିତ କରିଥିବା ଅଭିଯୋଗ ହୋଇଛି।

ଘଟଣାଟି ଘଟିଛି କଳିଙ୍ଗ ହସ୍ପିଟାଲ ଛକରେ। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଫଟୋ ଥାଇ ଏକ ବିଶାଳ ସ୍ୱାଗତ ହୋର୍ଡିଂ ଲଗାଯାଇଥିଲା। ମାତ୍ର ଆଶ୍ଚର୍ଯ୍ୟର ବିଷୟ, ଭୋର୍ ପ୍ରାୟ ୫ଟା ସମୟରେ ସେଠାରେ ଥିବା ଜଣେ ଫୁଲ ବ୍ୟବସାୟୀ ଉକ୍ତ ବ୍ୟାନରଟିକୁ ଖୋଲି ନେଇଥିଲେ। ସକାଳୁ ବ୍ୟାନରଟି ଯଥା ସ୍ଥାନରେ ଦେଖିବାକୁ ନମିଳିବାରୁ ସାଧାରଣରେ ଚକିତ ଓ କ୍ଷୋଭ ପ୍ରକାଶ ପାଇଛି।

Xxx

ଅଭିଯୋଗ ରହିଛି ଯେ, ‘ବିରଜା ଫ୍ଲାୱାର ସପ୍’ ନାମରେ ପରିଚିତ ଏହି ଦୋକାନଟି ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ବିନା ଅନୁମତିରେ ସରକାରୀ ଜାଗା ଜବରଦଖଲ କରି ଚାଲିଛି। ବିଏମସି ପକ୍ଷରୁ ଏହାକୁ ହଟାଇବାକୁ ବାରମ୍ବାର ପ୍ରୟାସ କରାଯାଇଥିଲେ ମଧ୍ୟ କିଛି ଅସାଧୁ ଅଧିକାରୀଙ୍କ ସହଯୋଗରେ ବ୍ୟବସାୟୀ ଜଣକ ସେଠାରେ ଜମି ରହିଥିବା ଚର୍ଚ୍ଚା ହେଉଛି।

ସବୁଠାରୁ ବଡ଼ ବିଡମ୍ବନାର ବିଷୟ ହେଲା, ଯେଉଁ ବିଭାଗ (ବିଡିଏ ଓ ବିଏମସି)ର ସର୍ବୋଚ୍ଚ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମହାପାତ୍ର ଅଟନ୍ତି, ଖୋଦ୍ ତାଙ୍କରି ଏବଂ ଅତିଥି କେନ୍ଦ୍ରମନ୍ତ୍ରୀଙ୍କ ବ୍ୟାନରକୁ ଉକ୍ତ ବ୍ୟବସାୟୀ ହଟାଇବାକୁ ସାହସ କରିଛନ୍ତି। ଏହା କେବଳ ବ୍ୟାନର ହଟାଇବା ନୁହେଁ, ବରଂ ଜନପ୍ରତିନିଧି ଓ ମନ୍ତ୍ରୀମାନଙ୍କ ପ୍ରତି ଚରମ ଅସମ୍ମାନ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ଏବେ ପ୍ରଶ୍ନ ଉଠୁଛି, କାହା ନିର୍ଦ୍ଦେଶରେ ଓ କେଉଁ ଉଦ୍ଦେଶ୍ୟରେ ବ୍ୟବସାୟୀ ଜଣକ ଏଭଳି କାର୍ଯ୍ୟ କଲେ? ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ବେଆଇନ ଜବରଦଖଲକାରୀ ଓ ମନ୍ତ୍ରୀଙ୍କୁ ଅସମ୍ମାନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନା “ରାତ୍ ଗୟି ବାତ୍ ଗୟି” ନ୍ୟାୟରେ ଘଟଣାକୁ ଚାପି ଦିଆଯିବ, ତାହା ଦେଖିବାକୁ ବାକି ରହିଲା।

Shrutilipi ad