Cybercrime de5bda04b0

ଅନଲାଇନ ଗେମ୍ : ଗାଁ ସାରା ଆକାଉଣ୍ଟ ହେଲା ଫ୍ରିଜ୍

ରାଜ୍ୟ

ଆଗରପଡ଼ା:ଅନଲାଇନ ଗେମ୍ ଖେଳି ଟଙ୍କା ରୋଜଗାର କଲା ଜଣେ କିନ୍ତୁ ଗାଁ ସାରା ଲୋକଙ୍କର ଆକାଉଣ୍ଟ ହେଲା ଫ୍ରିଜ୍ । ତେବେ ଅନଲାଇନ୍ ଗେମ୍ ରୁ ଟଙ୍କା ଯେଉଁ ସବୁ ଆକାଉଣ୍ଟକୁ ଯାଇଛି ସେହି ଆକାଉଣ୍ଟ ଗୁଡ଼ିକ ଫ୍ରିଜ ହୋଇଥିବା ଜଣାପଡ଼ିଛି ଓ ଗାଁର ପ୍ରାୟ ୨୫ଟି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ର ଆକାଉଣ୍ଟ ଫ୍ରୀଜ୍ ହୋଇଯାଇଛି ଓ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଳଉତୀ ଗାଁରେ ଏହିପରି ସ୍ଥିତି ସୃଷ୍ଟି ହୋଇଥିବାର ଜଣାପଡ଼ିଛି । ଅଧିକାଂଶ ଲୋକ ଏବେ ନିଜ ଋଣ ଟଙ୍କା ପୈଠ କରି ନପାରି ଋଣ ଖିଲାପକାରୀ ହୋଇଛନ୍ତି । ତେବେ ଏହି ଗାଁରେ ଏକ ଜନସେବା କେନ୍ଦ୍ରକୁ କେହି ଅନଲାଇନ୍ ଗେମରୁ ମିଳିଥିବା ଟଙ୍କା ପଠାଇଥିଲେ ଓ ସେହି ଆକାଉଣ୍ଟରୁ ଗାଁର ଯେଉଁ ସବୁ ଆକାଉଣ୍ଟକୁ ଟଙ୍କା ଯାଇଛି ସେହି ଆକାଉଣ୍ଟ ଗୁଡ଼ିକ କ୍ରମଶଃ ଫ୍ରୀଜ୍ ହେବାରେ ଲାଗିଛି । ସଂପୃକ୍ତ ଜନସେବା କେନ୍ଦ୍ର ପରିଚାଳକ ଭୁବନେଶ୍ୱର ସାଇବର କ୍ରାଇମ ସେଲ ରେ ଅଭିଯୋଗ କରିବା ପରେ ତାଙ୍କ ଆକାଉଣ୍ଟକୁ ପ୍ରିଜ୍ ଆଉଟ୍ କରାଯାଇଛି । ମାତ୍ର ଜନସେବା କେନ୍ଦ୍ରରୁ ଯେଉଁମାନଙ୍କୁ ଟଙ୍କା ଯାଇଛି ସେମାନଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇ ପଡ଼ି ରହିଛି । ଫ୍ରିଜ ଆକାଉଣ୍ଟ ଧାରୀମାନେ ଚିନ୍ତା ପ୍ରକଟ କରିବା ସହ ସରକାର ଓ ପ୍ରଶାସନର ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି ।

Shrutilipi ad