X

ଜଗତପୁରରେ ଆଇନ ସଚେତନତା ଶିବିର: ବରିଷ୍ଠ ନାଗରିକଙ୍କ ଅଧିକାର ଓ ସୁରକ୍ଷା ଉପରେ ଗୁରୁତ୍ୱ

ରାଜ୍ୟ

ଜଗତପୁର, ୧୮/୧୧: ଜିଲ୍ଲା ଆଇନ ସେବା ପ୍ରାଧୀକରଣ, କଟକ ଆନୁକୂଲ୍ୟରେ ଆଜି ଜଗତପୁର ଠାରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ବରିଷ୍ଠ ନାଗରିକମାନଙ୍କ ଅଧିକାର ଏବଂ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା।

21

ଜଗତପୁର ବରିଷ୍ଠ ନାଗରିକ ସଙ୍ଘର ସଭାପତି ଶ୍ରୀ ଦୁର୍ଯ୍ୟୋଧନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଆଡିସନାଲ ଷ୍ଟାଣ୍ଡିଙ୍ଗ କାଉନସିଲ ଶ୍ରୀ ସନ୍ତୋଷ କୁମାର ବ୍ରହ୍ମ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଆଇନଜୀବୀ ଶ୍ରୀ ବିଜୟ କୁମାର ପଣ୍ଡା ମଞ୍ଚାସୀନ ଥିଲେ। ଅତିଥିମାନେ ‘ବରିଷ୍ଠ ନାଗରିକ ଭରଣ ପୋଷଣ ଓ କଲ୍ୟାଣ ଆଇନ୍’ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିବା ସହ ବୟସ୍କ ବ୍ୟକ୍ତିମାନେ କିପରି ଆଇନର ସହାୟତା ନେଇପାରିବେ, ସେ ବିଷୟରେ ସଚେତନ କରାଇଥିଲେ।

ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୦୦ ଜଣ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପିଏଲଭି (PLV) ଲୋକନାଥ ଶତପଥୀ ଏବଂ ଅକ୍ଷୟ ନାୟକ ସହଯୋଗ କରିଥିଲେ। ପରିଶେଷରେ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଶ୍ରୀ ବ୍ରଜବନ୍ଧୁ ପୃଷ୍ଟି ଉପସ୍ଥିତ ଅତିଥି ଓ ଶ୍ରୋତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Shrutilipi ad