ବାରିପଦା: ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ–୨୦୨୫ ପାଳନ ଅବସରରେ ତା. ୧୭ ନଭେମ୍ବର ୨୦୨୫ ରେ ମୟୂରଭଞ୍ଜ ଉପନିବନ୍ଧକ ସମବାୟ ସମିତି ସମୂହ କାର୍ୟ୍ୟାଳୟ ପରିସରରେ, ଉପନିବନ୍ଧକ ଶ୍ରୀ ଅଶୋକ କୁମାର ପାଣିଙ୍କ ପରାମର୍ଶ ଓ ପୌରହିତ୍ୟରେ ଏକ ଜିଲ୍ଲାସ୍ତରୀୟ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏହି ଶିବିର କୁ ମାନ୍ୟବର ବିଧାୟକ ସାରସକଣା ଶ୍ରୀଯୁକ୍ତ ଭାଦବ ହାଁସଦା ଙ୍କ ଶୁଭହସ୍ତେ ଉଦ୍ଘାଟନ କରାଯାଇଥିଲା.ସେ ମୟୁରଭଞ୍ଜ ଜିଲ୍ଲା ସମବାୟ ବିଭାଗର ଏହି ଲୋକହିତମୂଳକ ପଦକ୍ଷେପକୁ ପ୍ରସଂଶା କରିଥିଲେ.ଉକ୍ତ କାର୍ୟ୍ୟକ୍ରମରେ ଶ୍ରୀ ତୁଷାର କାନ୍ତି ମହାନ୍ତି, ବରିଷ୍ଠ ସହକାରୀ ନିବନ୍ଧକ, ବାରିପଦା ଓ ରାଇରଙ୍ଗପୁର ମଣ୍ଡଳ,ଶ୍ରୀ ସୁକୁରାମ ସିଂ, ଭାରପ୍ରାପ୍ତ ସହକାରୀ ନିବନ୍ଧକ, କପ୍ତିପଦା ମଣ୍ଡଳ,ଶ୍ରୀ ଦେବୀଦତ୍ତ ଦାସ, ସଭାପତି, ଜଉଗଝ ଖଗ୍ଧୟ., ବାରିପଦା,ଶ୍ରୀ ଅମର ପ୍ରସାଦ ସେଠୀ, ଆଜୀବନ ରକ୍ତଦାତା ଉପସ୍ଥିତ ଥିଲେ. ଏଥି ସହିତ ଡାକ୍ତର ସୌମ୍ୟ ରଞ୍ଜନ ନାୟକ, ଏଲଟି ସତ୍ୟ ମହନ୍ତ , ଷ୍ଟାଫ ନର୍ସ ରୁଚିକା ଖୁରାନା,ଆଟେଣ୍ଡ ଧିରେନ ମୂଖୀ,ଶ୍ରୀ ପ୍ରଦୀପ ଉପଧ୍ୟାୟ (ସଭାପତି, ମୟୂରଭଞ୍ଜ ଜିଲ୍ଲା ସମବାୟ ସଂଘ), ଉପସହକାରୀ ନିବନ୍ଧକ ଶ୍ରୀ ବିଜୟ ଟୁଡୁ, ଶ୍ରୀ ସତ୍ୟଜୀତ ବାରିକ, ଶ୍ରୀ ଦିଲ୍ଲୀପ ପାତ୍ର, ଜ୍ୟୋସ୍ନା ମଣି ସୋରେନ, ବିଷ୍ଣୁ ପ୍ରିୟା ସିଂ ସହ ସମବାୟ ବିଭାଗ ଓ ଖଇଗଚଉଝ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।
ଏହି ଶିବିରରେ ୭ ଜଣ ମହିଳା ସହିତ ୪୮ ଜଣ ପୁରୁଷ ଠାରୁ ସର୍ବ ମୋଟ ୫୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା, ଯାହା ସମବାୟ ପରିବାରର ସମାଜସେବାମୂଳକ ଅବଦାନକୁ ପ୍ରକାଶମାନ କରୁଅଛି |

