Photo for the news of fire

ଅଗ୍ନିକାଣ୍ଡ: ଗାଈ ଜୀବନ୍ତ ଦଗ୍ଧ

ରାଜ୍ୟ

ଆଗରପଡ଼ା:ଗୁହାଳ ଘରେ ନିଆଁ ଲାଗି ଗୋଟିଏ ଗର୍ଭିଣୀ ଗାଈ ଜୀବନ୍ତ ଦଗ୍ଧ ହୋଇ ଥିବାବେଳେ ଅନ୍ୟ ୨ଟି ବାଛୁରୀ ଓ ଗୋଟିଏ ଗାଈ ଅର୍ଦ୍ଧାଧିକ ପୋଡ଼ି ଯାଇ ଗୁରୁତର ଅବସ୍ଥାରେ ଅଛନ୍ତି । ଆଗରପଡ଼ାସ୍ଥିତ ରାଉତରାପୁର ଗ୍ରାମର କୁଳମଣୀ ସେଠୀଙ୍କ ଗୁହାଳ ଘରେ ହଠାତ ନିଆଁ ଲାଗି ଯାଇଥିଲା । ଏହା ଦେଖି ଲୋକମାନେ ପଶୁମାନଙ୍କୁ ଗୁହାଳରୁ ଉଦ୍ଧାର କରିବାପାଇଁ ଚେଷ୍ଟାକରି ବିଫଳ ହୋଇଥିଲେ । ଯଦ୍ଦ୍ୱାରା ଗୋଟିଏ ଗର୍ଭିଣୀ ଗାଈ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ସହ ଗୁରୁତର ଭାବେ ପୋଡ଼ି ଯାଇଥିବା ୨ଟି ବାଛୁରୀ ଓ ଗୋଟିଏ ଗାଈକୁ ଉଦ୍ଧାର କରିଥିଲା । ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି । ବିଜେପି ନେତା ଚିନ୍ମୟ ମହାପାତ୍ର, ଶିବାନନ୍ଦ ଦାସ ଅଧିକାରୀ, ଅଶୋକ ପରିଡ଼ା,ବାବୁରାମ ବେହେରା,ମହେନ୍ଦ୍ର ପୁହାଣ,ଟିକନ ବେହେରା,ଲକ୍ଷ୍ମୀଧର ସାହୁ,ପରମାନନ୍ଦ ମହାପାତ୍ର,ବିଜୟ ମହାପାତ୍ର ପ୍ରମୁଖ କ୍ଷତି ପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି ।

Shrutilipi ad