- ଗୀତା ଉପରେ ରଚନା ପ୍ରତିଯୋଗିତାରେ ହରପ୍ରିୟା ମହାର୍ଣ୍ଣl ଓ ବିକାଶ ସୋରେନ ପ୍ରଥମ ପୁରସ୍କାର ପାଇଲେ
ବାରିପଦା – ଚିନ୍ମୟ ମିଶନ ଆନୁକୂଲ୍ୟରେ ଶ୍ରୀରାମଚନ୍ଦ୍ର ପାଠାଗାର ପଡିଆରେ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀଙ୍କ ତତ୍ୱାବଧାନରେ ଚିନ୍ମୟ ମିଶନ ଓଡ଼ିଶାର ମୁଖ୍ୟ ଆଚାର୍ଯ୍ୟ ସ୍ୱାମୀ ସଦାନନ୍ଦ ସରସ୍ବତୀଙ୍କ ଦ୍ୱାରା ସାତ ଦିନ ଧରି ଚାଲିଥିବା ଗୀତା ଜ୍ଞାନ ଯଜ୍ଞ ଆଜି ଉଦଯାପିତ ହୋଇଯାଇଛି l
ଉଦଳା ଚିନ୍ମୟ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରୀ ଅଚୁତ୍ୟ ଚୈତନ୍ୟ, ଦେଉଳଡିହା ଚିନ୍ମୟ ମିଶନ ଆଚାର୍ଯ୍ୟ ବ୍ରହ୍ମଚାରୀ ଅନିକେତ ଚୈତନ୍ୟ,ସଭାପତି ବିଜୟ ଲେଙ୍କା ସମ୍ପାଦକ ଅଜିତ ବେହେରା , କଷାଧ୍ୟକ୍ଷ ପ୍ରଦୀପ ମହାନ୍ତି , ଜଗନ୍ନାଥ ସଂସ୍କୃତି ଗବେଷକ ଭାଗବତ ପଣ୍ଡା, ଚିନ୍ମୟ ଯୁବ କେନ୍ଦ୍ର ର ସଭାପତି ସଭ୍ୟସାଚି ପଲେଇ, ସମାଜସେବୀ ଅଜୟ ମୋଦି, ସମ୍ଭୁ ଦୟାଲ ଖଣ୍ଡେଲୱାଲ ଉପସ୍ଥିତ ଥିଲେ l ବରିଷ୍ଠ ଆଇନଜୀବି ସତ୍ୟବ୍ରତ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ।
କଠୋଉପନିଷଦ ଓ ଗୀତାର ଚତୁର୍ଦ୍ଦଶ ଅଧ୍ୟାୟ ଉପରେ ରଚନାଲେଖି ଥିବା ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିଲା। ବରିଷ୍ଠ ଗ୍ରୁପରେ ଶ୍ରୀଅରବିନ୍ଦ ଉଚ୍ଚ ବିଦ୍ୟାଳୟରର ହରପ୍ରିୟା ମାହାର୍ଣ୍ଣl ପ୍ରଥମ , ଲାଲୁ ଟୁଡୁ ଓ ତୁଷାର ସିଂ ଯଥାକ୍ରମେ ପ୍ରଥାମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲା ବେଳେ ଓ କନିଷ୍ଠ ଗ୍ରୁପରେ ସଚ୍ଚିଦାନନ୍ଦ ଗୁରୁକୁଳର ବିକାଶ ସୋରେନ, ସାଇ ସଙ୍ଗମ ଗିରି ଓ ତାରସ ହାଂସଦା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ସ୍ବାମୀ ସଦାନନ୍ଦଜୀ ଏକ ସପ୍ତାହ ବାରିପଦାରେ ରହଣି ସମୟରେ ସଚ୍ଚିଦାନନ୍ଦ ଗୁରୁକୁଳ, ମହାରାଜା ପୂର୍ଣଚନ୍ଦ୍ର ସୟଂ ଶାସିତ ମହାବିଦ୍ୟାଳୟ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟକୁ ଯାଇ ପିଲାମାନଙ୍କୁ ଉଦବଦନ ଦେଇ ଥିଲେ ଓ ସଂସ୍କାର ଶିଶୁ ମହୋତ୍ସବକୁ ଉଦ୍ଘାଟନ କରିଥିଲେ l
ସମ୍ପଦ ଦାସ, ବିବେକାନନ୍ଦ ଦାସ, ସବ୍ୟସାଚୀ ପଳେଇ, ଶକୁନ୍ତଳା ପାଲ, ପ୍ରଦୀପ ମହାନ୍ତି, ଡା ପ୍ରାଣକୃଷ୍ଣ ବେହେରା, ତପନ ପଟ୍ଟନାୟକ, ହୃଦାନନ୍ଦ ଆଚାର୍ଯ୍ୟ, ସତ୍ୟଜିତ ପାଲ, କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ଇନ୍ଦିରା ଜେନା, କ୍ରିଷ୍ଣା ଘୋଷ, ସୁରାତିବାଳା ଦାସ, ସ୍ବର୍ଣ୍ଣ ପ୍ରଭା ଦାସ, ସୌଦାମିନୀ ମହାନ୍ତି, ସୁରେଶ୍ୱରୀ ମହାନ୍ତି, ଜୟନ୍ତୀ ଲେଙ୍କା ସହଯୋଗ କରିଥିଲେ l

