Odishas similipal tiger reserve

ଶିମିଳିପାଳ ଅଭୟାରଣ୍ୟରେ ପ୍ରଥମ ପର୍ଯ୍ୟାୟ ବାଘ ଗଣନା ଆରମ୍ଭ

ରାଜ୍ୟ

ବାରିପଦା: ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟରେ ଆଜି ପାଖରୁ ପ୍ରଥମ ପର୍ଯ୍ୟାୟ ରେ ବାଘ ଗଣନା ଆରମ୍ଭ ହୋଇଅଛି l ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି ର ଗାଇଡ଼ ଲାଇନକୁ ଆଧର କରି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ଏହି ବ୍ୟାଘ୍ର ଗଣନା ପ୍ରକ୍ରିୟା ଆରମ୍ଭ ହୋଇଅଛି l ଏହି ପ୍ରଥମ ପର୍ଯ୍ୟାୟରେ ବ୍ୟାଘ୍ର ଚଳପ୍ରଚଳ କରୁଥିବା ଶିମିଳିପାଳ ର ବିଭିନ୍ନ ଏରିଆରେ ଭିନ୍ନ ଭିନ୍ନ ପ୍ରକାର ଚିହ୍ନ ଅନୁଧ୍ୟାନ କରିବା ପରେ ଟ୍ରାନଜିଟ ଲାଇନ ପକାଇବାର ବ୍ୟବସ୍ଥା କରାଯାଇଅଛି l ସେଥିପାଇଁ ଦକ୍ଷିଣ ଶିମିଳିପାଳରେ ବ୍ୟାଘ୍ର ଚଳପ୍ରଚଳ କରୁଥିବା 103 ଗୋଟି ବିଟ ଅଞ୍ଚଳରେ 103 ଟି ଗ୍ରୁପ କରାଯାଇ ବନ ବିଭାଗର ତାଲିମପ୍ରାପ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯାଇଅଛି l ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ବ୍ୟାଘ୍ର ଗଣନା ପ୍ରକ୍ରିୟା ଡିସେମ୍ବର ମାସ ପ୍ରଥମରୁ ଆରମ୍ଭ ହେବ l ସେଥିପାଇଁ ଶିମିଳିପାଳ ଅଭୟାରଣ୍ୟ ଭିତରେ ବିଭିନ୍ନ ଏରିଆରେ 1500 କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇ ବାଘମାନଙ୍କର ଗତିବିଧି ଉପରେ ନଜର କରାଯିବା ସହିତ ରେକର୍ଡ କରାଯିବ ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି l

Shrutilipi ad