Img 20251114 wa0316

ସଂସ୍କାର ଶିଶୁ ମହୋତ୍ସବ ମୟୂରୀର ଦ୍ଵିତୀୟ ଦିବସ 

ରାଜ୍ୟ
  • ପିଲାଙ୍କୁ ମଣିଷ କରିବା କିପରି ସେ ସମ୍ପର୍କରେ ଆଲୋଚନା
  • ଶିମିଳିପାଳ ଜଙ୍ଗଲ ମହଲ ର କାହାଣୀ କହିଲେ ପୂର୍ବତନ ପିସି ସିଏଫ
  • ଶିମିଳିପାଳ ବାଘ ଓ ଝାଡ଼ଖଣ୍ଡି ହାତୀ ପୁସ୍ତକ ଉନ୍ମୋଚିତ 
  • ନାଟକ ଭୂଇଁ ରୁ ଆକାଶ ମନ ମୋହିଲା
ବାରିପଦା ୧୪/୧୧: ଏକାଦଶ ତମ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ର ଦ୍ଵିତୀୟ ଦିବସ ର କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସ ର ସହିତ ସଂପନ୍ନ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ସଂସ୍କାରକ ସେବକ ଗୋପାଳ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବକ୍ତା ସମାଜସେବୀ ଡକ୍ଟର ପାର୍ଥସାରଥୀ ଜେନା ଯୋଗ ଦେଇ ମିଳିତ ଭାବେ ଉଦ ବୋଧନ ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକା ନିରୁପମା କବିଙ୍କ ଶିଶୁ ଗଳ୍ପ ସଙ୍କଳନ ଶିମିଳିପାଳ ବାଘ ଓ ଝାଡ଼ଖଣ୍ଡୀ ହାତୀ କୁ ଅତିଥିବୃନ୍ଦ ଉନ୍ମୋଚନ କରିଥିଲେ। ଏହି ଅବସରରେ ସେବକ ଗୋପାଳ ଦାସ ପିଲାମାନଙ୍କୁ କିପରି ମଣିଷ କରିବା ସେ ସମ୍ପର୍କ ରେ ଅଭିଭାବକ ମାନଙ୍କୁ ଉଦବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଡାଃ ଜେନା ଅଭିଭାବକ ମାନଙ୍କୁ ବେଶ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ଏହି ଅବସରରେ ପୂର୍ବତନ ପିସି ସିଏଫ ତଥା ଲୋକାୟୁକ୍ତ ସଦସ୍ୟ ଡ଼ ଦେବବ୍ରତ ସ୍ୱାଇଁ ଯୋଗ ଦେଇ ଶିମିଳିପାଳ ଜଙ୍ଗଲ ମହଲର କାହାଣୀ ପିଲା ଓ ଅଭିଭାବକଙ୍କୁ କହି ଥିଲେ l ଶିଳ୍ପୀ ଦଶରଥ ମହାନ୍ତ ଶିମିଳି ପାଳ ଥିମ ରେ ବାଲୁକା କଳା ପ୍ରଦର୍ଶନ କରିଥିଲେ l ନିତ୍ୟ ପ୍ରାର୍ଥନା ସହ ଯୋଗ ଶିକ୍ଷା ବିଭିନ୍ନ ବିଭାଗର ନୃତ୍ୟ ପ୍ରତିଯୋଗିତା ସାଙ୍ଗକୁ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା, ଚିତ୍ରାଙ୍କନ ଓ ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।  ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ପକାର୍ଯ୍ୟକ୍ରମ ସହିତ ଅଭିରାମ ବେଦ ବେଦାନ୍ତ ସ୍କୁଲ ର ପିଲା ମାନଙ୍କ ଦ୍ୱାରା  ନାଟକ ଭୂଇଁ ରୁ ଆକାଶ ଦର୍ଶକ ଙ୍କ ହୃଦୟକୁ ଛୁଇଁ ଥିଲା  l
Shrutilipi ad