ଆଗରପଡ଼ା :ବନ୍ତ ବ୍ଳକ ସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପବିତ୍ର ଶିଶୁ ଦିବସ ପାଳିତ ହୋଇଯାଇଛି । ଆଗରପଡ଼ା ସ୍ଥିତ କଳିଙ୍ଗ କମ୍ପ୍ୟୁଟର୍ସ ପରିସରରେ ନିର୍ଦ୍ଦେଶକ ବିନୋଦ ଧଳସାମନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସାମ୍ବାଦିକ ଅକ୍ଷୟ ସିଂହ, କେନ୍ଦ୍ର ପରିଚାଳିକା ମୋନାଲିସା ମହାନ୍ତି ପ୍ରମୁଖ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ସ୍ମରଣ କରି ଶିଶୁ ଦିବସ ତାତ୍ପର୍ଯ୍ୟ ସଂପର୍କରେ କହିଥିଲେ । କେନ୍ଦ୍ରର ଛାତ୍ରଛାତ୍ରୀ ବକ୍ତବ୍ୟମାନ ପ୍ରଦାନ କରିଥିଲେ ଓ ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାମାନ ଅନୁଷ୍ଠିତ ହୋଇଥିଲା ।

