Photo of deo and beo office

ଲକ୍ଷାଧିକ ଟଙ୍କା ହେରଫେରରେ ସାମିଲ ପ୍ରଧାନଶିକ୍ଷକ ଓ ବିଭାଗୀୟ ଅଧିକାରୀ

ରାଜ୍ୟ
  • କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲାପାଳଙ୍କ ଠାରେ ସୂଚନା ଅଧିକାର କର୍ମୀଙ୍କ ଅଭିଯୋଗ

ଆଗରପଡ଼ା :ଲକ୍ଷାଧିକ ଟଙ୍କା ହେରଫେରରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଧିନ ଚାନ୍ଦବାଲି ବ୍ଲକର ସାଏନ୍ତା ହାଇସ୍କୁଲରେ କାର୍ଯ୍ୟରତ ପ୍ରଧାନଶିକ୍ଷକ ଯିଏକି ଶିକ୍ଷକ ସଂଘ(ଓସ୍ତା)ର ଜଣେ ଆଗଧାଡ଼ିର ନେତା,ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଅର୍ଥ ବିଭାଗ ଅଧିକାରୀ ଏବଂ ଡ଼ିଡ଼ିଓ ଦାଇତ୍ୱରେ ଥିବା ପୂର୍ବତନ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୁଖ ସାମିଲଥିବାର ସୂଚନା ସୂଚନା ଅଧିକାର ଆଇନବଳରେ ହସ୍ତଗତ ହେବା ପରେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂଚନା ଅଧିକାର କର୍ମୀ ବିକାଶ ଧଳ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ;ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଅର୍ଥ ବିଭାଗର ସମସ୍ତ ଅଧିକାରୀ ଏବଂ ଡ଼ିଡ଼ିଓ ଦାଇତ୍ୱରେ ଥିବା ପୂର୍ବତନ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଣୟ ନାୟକ ଚାନ୍ଦବାଲି ବ୍ଲକର ସାଏନ୍ତା ହାଇସ୍କୁଲରେ କାର୍ଯ୍ୟରତ ପ୍ରଧାନଶିକ୍ଷକ ଅନିଲ କୁମାର ମିଶ୍ରଙ୍କ ଆକାଉଣ୍ଟକୁ ୬ଲକ୍ଷ ୫୩ହଜାର ୨୨୬ଟଙ୍କା ଏରିଅର ବାବଦକୁ ଟ୍ରାନ୍ସଫର କରିଥିଲେ ଯାହାକି ଶ୍ରୀ ମିଶ୍ର ପାଇବାର ହକ୍‌ଦାର ନୁହନ୍ତି । ଉକ୍ତ ଶିକ୍ଷକଙ୍କ ବ୍ୟାଙ୍କ ଖାତାକୁ କାହିଁକି ଏବଂ କେଉଁ କାରଣରୁ ଏତେ ପରିମାଣର ଅର୍ଥ ପଠାଗଲା ତାହା ତଦନ୍ତ ସାପେକ୍ଷ ହୋଇଥିବା ବେଳେ ଯଦି ବି ଭୂଲ ବସତଃ ତାଙ୍କ ବ୍ୟାଙ୍କ ଖାତାକୁ ଗଲା ତେବେ ଶ୍ରୀ ମିଶ୍ର ଉକ୍ତ ଅର୍ଥକୁ ଅଧିକାରୀଙ୍କୁ ନଫେରାଇ କେଉଁ ଉଦ୍ଦେଶ୍ୟରେ ନିଜ ପାଖରେ ୨ବର୍ଷ ୬ମାସ କାଳ ରଖିଲେ ଓ ବିଭାଗ ତରଫରୁ ତାଙ୍କ ନାମରେ ଥାନାରେ କୌଣସି ଅଭିଯୋଗ ନକରିବା କିମ୍ବା ଅସୁଲ ପାଇଁ ଶ୍ରୀ ମିଶ୍ରଙ୍କୁ କୌଣସି ଚିଠି ନକରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିବା ସହ ଉକ୍ତ ଘଟଣାରେ ସାମିଲ ଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂଚନା ଅଧିକାର କର୍ମୀ ଶ୍ରୀ ଧଳ ଜିଲ୍ଲାପାଳଙ୍କ ଠାରେ ସୂଚନା ଅଧିକାର ଆଇନବଳରେ ହସ୍ତଗତ ସମସ୍ତ ତଥ୍ୟ ପ୍ରଦାନ ପୂର୍ବକ ଅଭିଯୋଗ କରିଥିବା ଜଣାପଡ଼ିଛି ।

Shrutilipi ad