Img 20251113 wa0278

ବାରିପଦା ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଶିଶୁଙ୍କ ପିତାମାତା, ପ୍ରଧାନ ଶିକ୍ଷକ ଓ ସିଆରସିସିଙ୍କ ସଚେତନତା ଶିବିର ଅନୁଷ୍ଠିତ

ରାଜ୍ୟ
ବାରିପଦା: ବାରିପଦା ବ୍ଲକ ଅଧିନସ୍ଥ କେ.ସି.ପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ମିଶ୍ର ତଥା ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ତପସ୍ୱିନୀ ଦାଶଙ୍କ ଦ୍ୱାରା ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଶିଶୁଙ୍କ ପିତାମାତା, ଅଭିଭାବକ, ପ୍ରଧାନ ଶିକ୍ଷକ, ପ୍ରିନସିପାଲ ଓ ସି ଆର ସିସି ଙ୍କ ସଚେତନତା ଶିବିର ଉଦଘାଟିତ ହୋଇଯାଇଛି। ଏହି ଶିବିରରେ ୫୦ ଜଣ ଶିକ୍ଷାର୍ଥୀ ଯୋଗ ଦେଇଥିଲେ । ଏହି ସଚେତନତା ଶିବିର  ମାଧ୍ୟମରେ ଦିବ୍ୟାଙ୍ଗ ଶିଶୁ ମାନଙ୍କ ଲାଗି ସରକାରଙ୍କ ତରଫରୁ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ, ଆର୍ଥିକ ସହାୟତା, ସରକାରୀ ନୀତି ନିୟମ, ଶିକ୍ଷା ଦାନ ପଦ୍ଧତିରେ ଆନୁସଙ୍ଗିକ ପରିବର୍ତ୍ତନ ତଥା ଅନୁକୂଳନ ବ୍ୟବସ୍ଥା ସହ ଶୈକ୍ଷିକ କାର୍ଯ୍ୟକ୍ରମରେ ଏଭଳି ଶିକ୍ଷାର୍ଥୀଙ୍କ ଅଂଶଗ୍ରହଣର ଆବଶ୍ୟକତା ଓ ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା I ସେମାନଙ୍କ ଲାଗି ଉଦ୍ଦିଷ୍ଟ ବିଭିନ୍ନ ଉପକରଣର ଉପଲବ୍ଧତା ଇତ୍ୟାଦି କଥା ଏହି ସଚେତନତା ଶିବିରରେ ବ୍ଲକର ଭିନ୍ନକ୍ଷମ ସାଧନ କର୍ମୀ ରେଖାରାଣୀ ଦାସ, ଦିଲ୍ଲିପ କୁମାର ଦାସ ଏବଂ ରାଜବସା ସିଆରସିସି ସୁଶୀଲ କୁମାର ପଣ୍ଡା ଆଲୋକପାତ କରିଥିଲେ। ଏଥିରେ ଜାମଦାପାଳ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀ ଗାୟତ୍ରୀ ବିନ୍ଧାଣି (ମସ୍ତିଷ୍କ ପକ୍ଷାଘାତ)ଙ୍କୁ ଶିକ୍ଷାରେ ସୁବିଧା ଲାଗି ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଏକ ଟ୍ୟାଵଲେଟ ପ୍ରଦାନ କରାଯାଇଥିଲା। ଏହି ଶିବିର ତା ୧୪. ୧୧. ୨୫ ପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟ  ମାନଙ୍କରେ ଅନୁଷ୍ଠିତ ହେବାର ସ୍ଥିର ହୋଇଛି ବୋଲି ସମନ୍ୱିତ ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକ ପ୍ରକାଶ କରିଛନ୍ତି I
Shrutilipi ad