Img 20251112 wa0255

ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଏକତା ପଦଯାତ୍ରାର ପରିବର୍ତ୍ତିତ କାର୍ଯ୍ୟସୂଚୀ

ରାଜ୍ୟ

ଚଳିତ ନଭେମ୍ବର 17,18 ଏବଂ 22 ତାରିଖରେ ଯଥାକ୍ରମେ ବାରିପଦା, ଉଦଳା ଏବଂ ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେବ ପଦଯାତ୍ରା

ବାରିପଦା- ସରକାରଙ୍କ ନିର୍ଦ୍ଦେଶ କ୍ରମେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଦେଶବାସୀଙ୍କ ମଧ୍ୟରେ ଏକତା ତଥା ଜାତୀୟତାବୋଧ ନିମନ୍ତେ ଏକତା ପଦଯାତ୍ରା ଆୟୋଜନ କରାଯାଉଛି।

ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଳାରେ ୩ଟି ସ୍ଥାନରେ ଯଥା ବାରିପଦା, ରାଇରଙ୍ଗପୁର ଓ ଉଦଳା ଠାରେ ଏହି ଏକତା ପଦଯାତ୍ରା ଅନୁଷ୍ଠିତ ହେବ। ପ୍ରତ୍ୟେକ ସ୍ଥାନରେ ୧୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ପରିକ୍ରମା କରାଯିବ ଏବଂ ପାଖାପାଖି ୧୫୦୦ ଅଂଶ ଗ୍ରହଣକାରିଙ୍କୁ ନେଇ ଏହି ପଦ ଯାତ୍ରା କରାଯିବା ପାଇଁ ଆଶା ରଖାଯାଇଛି। ଆହୁରି ଅଧିକରୁ ଅଧିକ ସଂଖ୍ୟକ ଲୋକ ଅଂଶ ଗ୍ରହଣ କରିବା ପାଇଁ ଜନସାଧାରଙ୍କୁ ଉତ୍ସାହିତ କରାଯାଉଛି। ଏଇ ୧୦ କିଲୋମିଟର ଦୂରତା ପଦଯାତ୍ରାରେ ୪ଟି ଷ୍ଟେଜ ଯଥାକ୍ରମେ ଷ୍ଟାର୍ଟିଂ ପଏଣ୍ଟ, କିଛି କିଛି ଦୂରତା ବ୍ୟବଧାନ ରେ ଦ୍ଵିତୀୟ ପଏଣ୍ଟ ଓ ତୃତୀୟ ପଏଣ୍ଟ ଏବଂ ଚତୁର୍ଥ ପଏଣ୍ଟ ରେ ଶେଷ ହେବ। ପ୍ରତ୍ୟେକ ପଏଣ୍ଟରେ ଷ୍ଟେଜ ସହ ବିଭିନ୍ନ ପ୍ରକାର ଷ୍ଟଲ ହେବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ ହେବା ସହ ଜନସାଧାରଣଙ୍କ ହିତ ଉଦେଶ୍ୟରେ ବିଭିନ୍ନ ବିଷୟରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରାଯିବ। ପଦଯାତ୍ରା ସମୟରେ ସେଇ ରାସ୍ତା ରେ ଅବସ୍ଥାପିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ। ଏହି ପଦଯାତ୍ରା ରେ ସମାଜର ସବୁ ବର୍ଗର ଯଥା ଛାତ୍ର ଛାତ୍ରୀ, ସାମାଜିକ କର୍ମୀ, ସ୍ବେଛାସେବୀ, ଯୁବପିଢ଼ି, ବିଶିଷ୍ଠ ବ୍ୟକ୍ତି ବିଶେଷ, ମାନ୍ୟବର ସାଂସଦ, ବିଧାୟକ,ଅନ୍ୟାନ୍ୟ ସ୍ଥାନୀୟ ଜନପ୍ରତିନିଧି, ବିଭିନ୍ନ ପୁରସ୍କାର ରେ ପୁରସ୍କୃତ ସମ୍ମାନୀୟ ବ୍ୟକ୍ତିବିଶେଷ ଇତ୍ୟାଦି ସମସ୍ତ ବର୍ଗର ଲୋକଙ୍କୁ ସାମିଲ କରାଯିବ। ଏହି ପଦଯାତ୍ରା ସମୟରେ ପଦଯାତ୍ରା ସହିତ ରଥ ଭ୍ରମଣ କରିବ ଯେଉଁଥିରେ ସର୍ଦ୍ଦାର ପଟେଲଙ୍କ ଫୋଟୋଚିତ୍ର ଓ ତାଙ୍କ କୃତୀ ଇତ୍ୟାଦି ପ୍ରଦର୍ଶିତ ହେବ। ଏତଦ ବ୍ୟତୀତ ଏହି ଉତ୍ସବ ପାଳନ ପରିପ୍ରେକ୍ଷୀରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେଉଛି।

 

ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁସାରେ ନଭେମ୍ବର ୧୭ ତାରିଖରେ ବାରିପଦା ଠାରେ ସକାଳ ୭ଟା ରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପାଖରୁ ଆରମ୍ଭ ହୋଇ ଏମ ପି ସି କନିଷ୍ଠ ମହାବିଦ୍ୟାଳୟ, ବାଲେଶ୍ୱର ଗୋଲେଇ, ଟ୍ରାଫିକ ଛକ, ସହିଦ ସ୍ମୃତି ଭବନ ଦେଇ ଛଉ ପଡିଆ ଠାରେ ସମାପ୍ତ ହେବ।

 

୧୮ତାରିଖ ରେ ଉଦଳା ଠାରେ ସକାଳ ୭ ଘଟିକା ସମୟରେ ଭୀମତାଳି ଛକ ଠାରୁ ଆରମ୍ଭ ହୋଇ ଉଦଳା ଥାନା ଛକ, ମାଉସୀମା ମନ୍ଦିର ହୋଇ ପାଟପୁର ଠାରେ ସମ୍ପୂର୍ଣ୍ଣ ହେବ।

 

ସେହିପରି ରାଇରଙ୍ଗପୁର ଠାରେ ତା ୨୨-୧୧-୨୦୨୫ ରିଖ ସକାଳ ୭ ଘଟିକା ସମୟରେ ବିର୍ସାମୁଣ୍ଡା ପାର୍କ ଠାରେ ଆରମ୍ଭ ହୋଇ ଦୁର୍ଗା ମଣ୍ଡପ ଛକ, ଗୋଲେଇ ଛକ ଓ ସରସ୍ବତୀ ଶିଶୁ ମନ୍ଦିର ଠାରେ ସମ୍ପୂର୍ଣ୍ଣ ହେବ।

ପ୍ରତ୍ୟେକ ସ୍ଥାନରେ ଏହି ପଦଯାତ୍ରା କିପରି ଶୃଙ୍ଖଳିତ ଭାବେ ଆୟୋଜିତ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି ଏବଂ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି।

Shrutilipi ad