Img 20251112 wa0253

ରାଜ୍ୟସ୍ତରୀୟ ନାଟକ ମହୋତ୍ସବରେ ପି ସି ପୁର ସ୍କୁଲର ସଫଳତା 

ରାଜ୍ୟ
ବାରିପଦା :  ବାଲେଶ୍ୱରର ଅଗ୍ରଣୀ ନାଟ୍ୟସଂସ୍ଥା କଳାକାର ଆନୁକୂଲ୍ୟରେ ଗାନ୍ଧୀସ୍ମୃତି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ମହୋତ୍ସବରେ ବାରିପଦାର ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ “କାନ୍ଦୁଛି ବନାନୀ” ନାଟକ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି I ନାଟକଟି ଶ୍ରେଷ୍ଠ ବାର୍ତ୍ତାଧର୍ମୀ ନାଟକ ଭାବେ ପୁରସ୍କୃତ ହେବା ସହ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ରାଜବୀର ଲାମା, ଦ୍ଵିତୀୟ ଶ୍ରେଷ୍ଠ ପାର୍ଶ୍ଵ ଅଭିନେତ୍ରୀ ଭାବେ ଦେବସ୍ମିତା ସାବତ ତୃତୀୟ ଶ୍ରେଷ୍ଠ ଅଭିନେତା ଭାବେ କାର୍ତ୍ତିକ ମହାନ୍ତ ମଧ୍ୟ ପୁରସ୍କୃତ ହୋଇଛନ୍ତି I ଅଜିତ ପାଣିଗ୍ରାହୀଙ୍କ ରଚିତ ତଥା ତ୍ରିଲୋଚନ ସାହୁଙ୍କ ନିର୍ଦ୍ଦେଶିତ ନାଟକରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ରଜକିଶୋର ମହାନ୍ତ, କ୍ରିଷ୍ଣା ଦତ୍ତ, ଦେବାଶିଷ ଚୌଧୁରୀ, ସମ୍ବିତ ପାତ୍ର, ଆକାଶ କୁମାର ମହାନ୍ତ ଓ ପ୍ରିୟାରାଣୀ ବେହେରା ଅଭିନୟ କରିଥିଲେ I କୃତୀ କଳାକାରଙ୍କ ସମେତ ସମସ୍ତ ଶିଶୁ କଳାକାରଙ୍କୁ ବିଦ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ସତ୍ୟାନନ୍ଦ ଶେଜପଡା, ନାଟ୍ୟକାର ଅଜିତ ପାଣିଗ୍ରାହୀ, ନିର୍ଦ୍ଦେଶକ ତ୍ରିଲୋଚନ ସାହୁଙ୍କ ସମେତ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୋମନାଥ ସିଂହ, ଶିକ୍ଷୟତ୍ରୀ ସାଗରୀକା ପାତ୍ର, ବନ୍ଦିତା ପାଲବାବୁ, ମମତା ଦାସ, ଗାର୍ଗୀ ଶତପଥି, ଉର୍ମିଳା ଦତ୍ତ, ମଧୁମିତା ମହାନ୍ତି, ସୁମିତ୍ରା ରାଉତ, କଳା ଶିକ୍ଷକ ମହେଶ୍ୱର ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ରହି ସମସ୍ତ ଶିଶୁ କଳାକାରଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I
Shrutilipi ad