ଆଗରପଡ଼ା :ଜିଲ୍ଳାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଜିଲ୍ଲା ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଜିଲ୍ଲାର ୭ଗୋଟି ବ୍ଳକ ମଧ୍ୟରୁ ବନ୍ତ ବ୍ଲକ ସଫଳତାର ଶୀର୍ଷ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ;ଉଚ୍ଚ ମାଧ୍ୟମିକ ବରିଷ୍ଠ ବିଭାଗ ତର୍କ ପ୍ରତିଯୋଗିତାରେ ବନ୍ତ ବ୍ଳକ ପଳାସଗଡ଼ିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ପ୍ରତିକ୍ଷା ନାୟକ ୨ୟ ସ୍ଥାନ, ବରିଷ୍ଠ ବିଭାଗ ତର୍କରେ ପିଏମଶ୍ରୀ ହାଇସ୍କୁଲ,ସେଣ୍ଢତିରା ଛାତ୍ରୀ ଶୁଭଲକ୍ଷ୍ମୀ ଦାସ ପ୍ରଥମ ସ୍ଥାନ,ବରିଷ୍ଠ ବିଭାଗ ପତ୍ରଲିଖନରେ ପିଏମଶ୍ରୀ ହାଇସ୍କୁଲ,ସେଣ୍ଢତିରା ଛାତ୍ରୀ ମାନସୀ ନାୟମ ପ୍ରଥମ ସ୍ଥାନ, ବରିଷ୍ଠ ବିଭାଗ କୁଇଜ୍ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ପଳାସଗଡ଼ିଆ ଏକାଦଶ ଶ୍ରେଣୀ ଛାତ୍ର କୌଶିକ ସାମନ୍ତ ରାୟ ୨ୟ ସ୍ଥାନ,କନିଷ୍ଠ ବିଭାଗ କୁଇଜ୍ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ପଳାସଗଡ଼ିଆ ୭ମ ଶ୍ରେୀଣୀ ଛାତ୍ର ସାଇ ପ୍ରିତମ ରାଉତ ୨ୟ ସ୍ଥାନ,ଚିତ୍ରାଙ୍କନରେ ଉଚ୍ଚ ମାଧ୍ୟମିକ ବରିଷ୍ଠ ବିଭାଗରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ପଳାସଗଡ଼ିଆ ଏକାଦଶ ଶ୍ରେଣୀ ଛାତ୍ରୀ ମାନ୍ୟତା ବାରିକ ପ୍ରଥମ ସ୍ଥାନ,ସୃଜନାତ୍ମକ ଲେଖା ଉଚ୍ଚ ମାଧ୍ୟମିକ ବରିଷ୍ଠ ବିଭାଗରେ କାଦବରାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ରିତାରାଣୀ ଜେନା ୨ୟ ସ୍ଥାନ,ସୃଜନାତ୍ମକ ଲେଖା ବରିଷ୍ଠ ବିଭାଗରେ ସରକାରୀ ବାଳିକା ହାଇସ୍କୁଲ,ଆଗରପଡ଼ା ୯ମ ଶ୍ରେଣୀ ଛାତ୍ରୀ ମନସ୍ମୀତା ରାଉତ ପ୍ରଥମ ସ୍ଥାନ,ବକ୍ତୃତା ଉଚ୍ଚ ମାଧ୍ୟମିକ ବରିଷ୍ଠ ବିଭାଗରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ପଳାସଗଡ଼ିଆ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ସ୍ୱୟମ ସପୂର୍ଣ୍ଣା ଜେନା ୨ୟ ସ୍ଥାନ,ବକ୍ତୃତା ବରିଷ୍ଠ ବିଭାଗରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ପଳାସଗଡ଼ିଆ ୧୦ମ ଶ୍ରେଣୀ ଛାତ୍ରୀ ଅରୋସ୍ମିତା ରାଉତ ୩ୟ ସ୍ଥାନ,ହସ୍ତାକ୍ଷର ଏବଂ ଶ୍ରୁତଲିଖନ କନିଷ୍ଠ ବିଭାଗରେ ସତ୍ୟନାରାୟଣ ନୋଡ଼ାଲ ବିଦ୍ୟାଳୟ ୬ଷ୍ଠ ଶ୍ରେଣୀ ପ୍ରଜ୍ଞା ପ୍ରିୟଦର୍ଶନୀ ଜେନା ପ୍ରଥମ ସ୍ଥାନ,ଏମଡ଼ିଏମ(କ୍ରାଫଟ୍)କନିଷ୍ଠ ବିଭାଗରେ ବରହମପୁର ବିଦ୍ୟାଳୟ ୬ଷ୍ଠ ଶ୍ରେଣୀ ଛାତ୍ର ହିମାଂଶୁ ପଣ୍ଡା ୨ୟ ସ୍ଥାନ ଅଧିକାର କରିଥିବା ବେଳେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୋପିନାଥ ଜୀଉ ହାଇସ୍କୁଲ ୩ୟ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି । ସଫଳତା ପାଇଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ସୁରଭି ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡ଼ିଛି ।

