Img 20251109 wa0178

“ସଫଳତା ଜୀବନର ଶେଷ ଲକ୍ଷ୍ୟ ନୁହେଁ “- ସ୍ବାମୀ ସଦାନନ୍ଦ ସଚ୍ଚିଦାନନ୍ଦ 

ରାଜ୍ୟ
ବାରିପଦା: ସ୍ଥାନୀୟ ମୁର୍ଗାବାଡ଼ି ସ୍ଥିତ ସଚ୍ଚିଦାନନ୍ଦ ଗୁରୁକୁଳରେ ପ୍ରତି ରବିବାର ହେଉଥିବା ବାଲ ବିହାର କ୍ଲାସରେ ଆଜି ଚିନ୍ମୟ ମିଶନ ଓଡ଼ିଶାର ମୁଖ୍ୟ ଆଚାର୍ଯ୍ୟ ସ୍ଵାମୀ ସଦାନନ୍ଦ ସରସ୍ବତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଫଳତା ଜୀବନର ଶେଷ ଲକ୍ଷ୍ୟ ନୁହେଁ , କେବଳ ଏହା ଏକ  ଆତ୍ମବିଶ୍ଵାସ ପାହାଚ। ଚାକିରୀ କରିବା ପାଇଁ  କେବଳ ପାଠପଢା ନ କରାଯାଉ ଏବଂ  ଚାକିରୀ କଲେ ଜୀବନ ସୁଖମୟ  ହୋଇଯିବ ବୋଲି ଭାବିବା ଉଚିତ୍ ନୁହେଁ ବୋଲି ପିଲାମାନଙ୍କୁ  ଉଦବୋଦନଦେଇ  ନିଜ ବ୍ୟକ୍ତବ୍ୟରେ କହିଥିଲେ l
ସେହିପରି ଅନ୍ୟତମ ଅତିଥି ଭାବେ ବାରିପଦା ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ଵାମୀ ଗୋବିନ୍ଦାନନ୍ଦ ସରସ୍ବତୀ ଯେ କୌଣସି ପରିସ୍ଥିତିରେ ଭାଙ୍ଗି ନ ପଡି ପରିସ୍ଥିତିକୁ ସାମ୍ନା କରିବାର କଳା ଶିଖିବାକୁ ହେବ। ଜୀବିକା ଶିକ୍ଷା ସହିତ ଜୀବନ ଶିକ୍ଷା ପାଇଁ ପ୍ରତି ରବିବାର ସଚ୍ଚିଦାନନ୍ଦ ଗୁରୁକୁଳ ହେଉଥିବା ବାଳବିହାର କ୍ଲାସରେ ଯୋଗ ଦେବା ଉଚିତ୍ ବୋଲି  କହିଥିଲେ l
ସେହିପରି ଦେଉଲୋଡ଼ିହା ଚିନ୍ମୟ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରୀ ଅନିକେତ ଚୈତନ୍ୟ ଛାତ୍ରଛାତ୍ରୀମାନଙ୍କୁ ସଦାଚାର ବିଷୟରେ ଉଦବୋଦନ ଦେଇଥିଲେ l ସର୍ବ ଶେଷରେ ସଚ୍ଚିଦାନନ୍ଦ ଗୁରୁକୁଳର ଅଧ୍ୟକ୍ଷ ଅଜିତ କୁମାର ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲି। ସଚ୍ଚିଦାନନ୍ଦ ସେବା ଟ୍ରଷ୍ଟିର ଟ୍ରଷ୍ଟି ସବ୍ୟସଚୀ ପଲେଇ,  ଗୁରୁକୁଳର ଶିକ୍ଷୟତ୍ରୀ ପ୍ରଣତି ଚୌଧୁରୀ, ଦେବୀ ଦର୍ଶନି ବେହେରା, ଲିପି ଗିରି, ସ୍ୱାଗତିକା ସାହୁ, ପ୍ରୀତି ବୈଠା, ଶିକ୍ଷକ ସୁବାସ ତିୱାରୀ ବିଷ୍ଣୁପଦ ବେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l
Shrutilipi ad