Img 20251109 wa0174

ଭଂଜପୁର ଜଗଦ୍ଧାତ୍ରୀ ମେଳାର ୭ମ ସନ୍ଧ୍ୟା, ଅସୀମା ପଣ୍ଡାଙ୍କ ଗୀତରେ ଝୁମିଲେ ଦର୍ଶକ 

ରାଜ୍ୟ
ବାରିପଦା: ସ୍ଥାନୀୟ ଭଂଜପୁର ଠାରେ  ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା ର ୭ମ ସନ୍ଧ୍ୟାରେ ପ୍ରଥମେ ଜାତୀୟ ସ୍ତରୀୟ ପ୍ରତିଯୋଗୀ ପ୍ରକାଶ ବେହେରା ଓ ଦେବାଶିଷ ବାରିକ ଚମତ୍କାର ଯୋଗାସନ ପରିବେଷଣ କରିଥିଲେ I ପରେ ପରେ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟର କଳାକାର ମାନେ ଓଡ଼ିଶୀ, ନୃତ୍ୟ ପରିବେଷଣ କରିଥିଲେ I ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶ୍ରେୟାଂଶି ପାତ୍ର, ମହାବିଦ୍ୟାଳୟ ସ୍ତରରେ ତନୀଷା ଗିରି, ସଂଗୀତ ସବ ଜୁନିୟରରେ ସୁଦୀପ୍ତା ବାରିକ, ଜୁନିୟରରେ କୋୖସ୍ତବ ଶାଶ୍ୱତ ସାହୁ, ସିନିୟରରେ ପ୍ରିୟାଂଶି ହୋତା ଓ ମହାବିଦ୍ୟାଳୟ ସ୍ତରରେ ଅଙ୍କିତା ଜେନା ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ I ତତସହିତ ୨ୟ ଓ଼ ୩ୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା I କାର୍ଯ୍ୟକାରୀ ସଭାପତି ନଗରପାଳ କୃଷ୍ଣIନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାରିପଦା ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହ ମେଳାର ସଫଳତା ପାଇଁ ଆୟୋଜକ କମିଟିର ପ୍ରଶଂସା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ, ମେଳା ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ଉପସ୍ଥିତ ଥିଲେ I ଆଜିକାର ଏହି ଶୁଭ ସନ୍ଧ୍ୟାରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ଼ ସାଥି ଙ୍କ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବେଶ ବିମୋହିତ କରିଥିଲା l   ସାସ୍କୃତିକ ସମ୍ପାଦକ କିଶୋର ପଲେଇଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ  ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ତଥା ପ୍ରିତମ ପଣ୍ଡା, ଆଲୋକ ବାରିକ ଓ ପ୍ରତୀକ ବାରିକ ପରିଚାଳନା କରିଥିଲେ I ଆସନ୍ତାକାଲି ନଂ ୧ ଡ୍ୟାନ୍ସ ଗ୍ରୁପ, ଇସ୍ପାୟାର ଡ୍ୟାନ୍ସ ଗ୍ରୁପ, ରୟାଲ କିଙ୍ଗଡ଼ମ କାର୍ଯ୍ୟକ୍ରମ ପରେ ମାରିସାର ଆଦିବାସୀ ନୃତ୍ୟ ଗୀତ କାର୍ଯ୍ୟକ୍ରମ ରହିଛି ବୋଲି ସାଂସ୍କୃତିକ ସମ୍ପାଦକ ଶ୍ରୀ ପଲେଇ ଜଣାଇଛନ୍ତି I
Shrutilipi ad