ବାରିପଦା: ସମଗ୍ର ଶିକ୍ଷା, ମୟୂରଭଞ୍ଜ ଦ୍ଵାରା ଆୟୋଜିତ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସ୍ଥାନୀୟ ସହିଦ ସ୍ମୃତି ଭବନ ପରିସରରେ ମହାସମାରୋହରେ ଉଦଯାପିତ ହୋଇଯାଇଛି । ‘ମୋ ସ୍ଵପ୍ନର ଓଡିଶା ୨୦୩୬’ ପ୍ରସଙ୍ଗ ଉପରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୨୬ଗୋଟି ବ୍ଲକରୁ ପ୍ରାୟ ୯୬୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ମାନ୍ୟବର ବିଧୟିକା, ବାଙ୍ଗିରିପୋଷି, ସୁଶ୍ରୀ ସଞ୍ଜଳୀ ମୁର୍ମୁ ଯୋଗଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଶ୍ରୀମତୀ ମମତାମୟୀ ବିଶ୍ୱାଳ, ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ, ମୟୁରଭଞ୍ଜ ପ୍ରମୁଖ ଯୋଗଦାନ କରିଥିଲେ । ସଭାକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶଶୀଧର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ମୟୂରଭଞ୍ଜ ଶ୍ରୀମତୀ ଭାରତୀ ହାଁସଦା ଯୋଗଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ମୟୁରଭଞ୍ଜ, ଶ୍ରୀଯୁକ୍ତ ବରୁଣ ଗୁଣ୍ଟୁପଲ୍ଲି, ଉପ-ଜିଲ୍ଲାପାଳ, ବାରିପଦା ଡ. ଦୟାସିନ୍ଧୁ ପରିଡା, ସ୍ଵତନ୍ତ୍ର ଅତିଥି ଭାବେ ସନ୍ଧ୍ୟା ରାଣୀ ଟୁଡୁ, ଆନ୍ତର୍ଜାତୀୟ ଖେଳାଳୀ (ରଗବି) ଓ ଜାତୀୟ ସ୍ତରର ବିଜ୍ଞାନ ସେମିନାର-୨୦୨୫ର ବିଜେତା କୁମାରୀ ଅଲିସା ପଣ୍ଡା, ଓଡିଶା ଆଦର୍ଶ ବିଦ୍ୟାଳୟ, ବହଳଦା ପ୍ରମୁଖ ଯୋଗଦାନ କରିଥିଲେ ।
ଜିଲ୍ଲାର ସମସ୍ତ ୨୬ ଗୋଟି ବ୍ଲକରୁ ୯୬୨ ଜଣ ପ୍ରତିଯୋଗୀ ୩୧ ଟି ବିଭାଗରେ ଅଂଶଗ୍ରହଣ କରିଥିଲେ ଓ ସେଥି ମଧ୍ୟରୁ ପ୍ରତ୍ୟେକ ବିଭାଗରେ ଶ୍ରେଷ୍ଠ ତିନି ଜଣ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ପ୍ରତ୍ୟେକ ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଆସନ୍ତା ନଭେମ୍ବର ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ଅଂଶ ଗ୍ରହଣ କରିବେ ।
ଚତୁର୍ଥ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର ବିଭିନ୍ନ ବର୍ଗ ଯଥା–ଏକାଦଶ ରୁ ଦ୍ଵାଦଶ ବରିଷ୍ଠ ଉଚ୍ଚ ମାଧ୍ୟମିକ ବର୍ଗର ବିତର୍କରେ ଦିବ୍ୟ ଜ୍ୟୋତିପ୍ରଭା ସାହୁ, ଓଡିଶା ଆଦର୍ଶ ବିଦ୍ୟାଳୟ, ଗୋରୁଡବସ।, ପ୍ରବନ୍ଧରେ ଅଭୀପ୍ସା ବାରିକ, ମେଘାସନ ମହାବିଦ୍ୟାଳୟ, ନୁଦଡିହା, କପ୍ତିପଦା, ଚିତ୍ରାଙ୍କନରେ ଶିବ କୁମାର ରଣା, ସୀମାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସାରସକଣ।, ଚିତ୍ରାଙ୍କନ (ଦିବ୍ୟାଙ୍ଗ) ରେ ମାଲୁ ମୁଣ୍ଡା, ରାଇରଙ୍ଗପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଇରଙ୍ଗପୁର, କୁଇଜରେ ସୌରଭ କୁମାର ବେହେରା, ପି ଏସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଡସାହି, ସୃଜନଶୀଳ ଲିଖନରେ ଆଦ୍ୟାଶା ପଣ୍ଡା, ଏମ. ଜି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୈଶିଙ୍ଗା, ବେତନଟୀ, ବକ୍ତୃତାରେ, ଦିବ୍ୟାଶି ସାମଲ, ଓଡିଶା ଆଦର୍ଶ ବିଦ୍ୟାଳୟ, ଝ।ଡଗାଁ, ବହଳଦା, ସଙ୍ଗୀତରେ ଟ୍ଵିଙ୍କିଲ ବଇଁଶିଆ, ପାଞ୍ଚପିଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କରଞ୍ଜିଆ, ସଙ୍ଗୀତ (ଦିବ୍ୟାଙ୍ଗ) ରେ ହରପ୍ରିୟା ମହାନ୍ତ, ଓଡିଶା ଆଦର୍ଶ ବିଦ୍ୟାଳୟ, ମାଟିଆଗଡ, ଯଶିପୁର ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ସେହିପରି ଅଷ୍ଟମରୁ ଦଶମ ବରିଷ୍ଠ ବର୍ଗର ବିତର୍କରେ ଉତ୍କଳିନୀ ଗିରି, କଣ।ପାଟ ଉଚ୍ଚ ବିଦ୍ୟାଳୟ, ଜୁଡିଆ, ବିଜାତଳା, ପ୍ରବନ୍ଧରେ ପୁଷ୍ପାଞ୍ଜଳି ଗିରି, ସରକାରୀ ଉଚ୍ଚ ବିଦ୍ୟାଳୟ ସରଗୋଡା, ବିଜାତଳା, ଚିତ୍ରାଙ୍କନରେ ସୃଷ୍ଟି ତନ୍ମୟୀ ମହାନ୍ତ, ଓଡିଶା ଆଦର୍ଶ ବିଦ୍ୟାଳୟ, ମାଟିଆଗଡ, ଯଶିପୁର, ଚିତ୍ରାଙ୍କନ (ଦିବ୍ୟାଙ୍ଗ) ରେ ଆକାଶ ଟୁଡୁ, ଶ୍ରବଣ ବାଧିତ ସ୍ଵତନ୍ତ୍ର ବିଦ୍ୟାଳୟ, ବାରିପଦା, କୁଇଜରେ ଅର୍ପିତା ଦାସ, ଆର ଏ ସରକାରୀ ଉଚ୍ଚ ବିଦ୍ୟାଳୟ, ପୁରୁଣା ବାରିପଦା, ଗୋପବନ୍ଧୁ ନଗର, ସୃଜନଶୀଳ ଲିଖନରେ ଲକ୍ଷ୍ମୀରେଖା ପରିଡା, ମୁନିଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ବୈଶିଙ୍ଗା, ବେତନଟୀ, ବକ୍ତୃତାରେ ସତ୍ୟ ମାହାଲି, ସରକାରୀ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ, ଖାଣ୍ଡିଆ, ଶ୍ୟାମାଖୁଣ୍ଟା, ସଙ୍ଗୀତରେ ପ୍ରୀତମ କର, ଓଡିଶା ଆଦର୍ଶ ବିଦ୍ୟାଳୟ, ଝ।ଡଗାଁ, ବହଳଦା, ସଙ୍ଗୀତ (ଦିବ୍ୟାଙ୍ଗ) ରେ ପବିତ୍ର ମୁର୍ମୁ, ବୀର୍ସାମୁଣ୍ଡ। ଉଚ୍ଚ ବିଦ୍ୟାଳୟ, ବାରିପଦା, ପି. ଏମ. ପୋଷଣ ଚିତ୍ରକଳାରେ ଗୋପୀନାଥ ମାରାଣ୍ଡୀ , ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଇନ୍ଦଖୋଳି, ବହଳଦା, ପି. ଏମ. ପୋଷଣ ଶିଳ୍ପକଳାରେ ଗାୟତ୍ରୀ ବିନ୍ଧାଣି, ଏମ ଟି କେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତକତ୍ପୁର, ବାରିପଦା ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ସେହିପରି ଚତୁର୍ଥରୁ ସପ୍ତମ କନିଷ୍ଠ ବର୍ଗର ଚିତ୍ରାଙ୍କନରେ ଗୌରୀ ବିହାରୀ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଇନ୍ଦଖୋଳି, ବହଳଦା, ଚିତ୍ରାଙ୍କନ (ଦିବ୍ୟାଙ୍ଗ) ରେ ଅଂଶୁ ପାତ୍ର, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,, ଭୀମତାଳି, ଉଦଳା, କୁଇଜରେ ରମିତାଂଶୁ କୁମାର ସାହୁ, ଜୱାହାର ସରକାରୀ ଉଚ୍ଚ ବିଦ୍ୟାଳୟ, ଚିତ୍ରଡ଼ା, ମୋରଡା, ସୃଜନଶୀଳ ଲିଖନରେ ମାଳତୀ ମୁର୍ମୁ, ସରସବିଲା ଆଶ୍ରମ ବିଦ୍ୟାଳୟ, ଉଦଳା, ବକ୍ତୃତାରେ ସ୍ମୃତି ଦାସ, ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କୋଷ୍ଠ।, ଶୂଳିଆପଦା, ସଙ୍ଗୀତରେ ନନ୍ଦିନୀ ସୋରେନ, ଉତ୍ତରପାଳ ଆଶ୍ରମ ବିଦ୍ୟାଳୟ, ବଡସାହି, ସଙ୍ଗୀତ (ଦିବ୍ୟାଙ୍ଗ) ରେ ଲକ୍ଷ୍ମୀ ମୁର୍ମୁ, ବାଲିଡ଼ିହା ଆଶ୍ରମ ବିଦ୍ୟାଳୟ, ଗୋପବନ୍ଧୁ ନଗର, ଓଡିଆ ହସ୍ତାକ୍ଷର ଓ ଶ୍ରୁତ ଲିଖନରେ ସୁକନ୍ୟା ବେହେରା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଞ୍ଝୁଆ, ବହଳଦା, ପି. ଏମ. ପୋଷଣ ଚିତ୍ରକଳାରେ ଯମୁନା ମୁର୍ମୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଇନ୍ଦଖୋଳି, ବହଳଦା, ପି. ଏମ. ପୋଷଣ ଶିଳ୍ପକଳାରେ ଶୁଭସ୍ମିତା ସାମଲ, ସରକାରୀ ପ୍ରାଥମିକ ବିଦ୍ୟାଳୟ, ଧକଟା, କରଞ୍ଜିଆ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସୁରଭିର ସବୁଠାରୁ ଆକର୍ଷଣୀୟ ସାଂସ୍କୃତିକ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଇନ୍ଦଖୋଳି, ବହଳଦା, ପ୍ରଥମ ସ୍ଥାନ ଅଧିକାର କରିବାର ସୌଭାଗ୍ୟ ଅର୍ଜନ କରିଥିଲେ ।
ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମକୁ ସମଗ୍ର ଶିକ୍ଷା କାର୍ଯ୍ୟ।ଳୟର ଆଦିବାସୀ ଶିକ୍ଷା ସଂଯୋଜକ ଶ୍ରୀଯୁକ୍ତ ସପନ କୁମାର ପୃଷ୍ଟି, ସମନ୍ଵିତ ଶିକ୍ଷା ସଂଯୋଜକ, ଶ୍ରୀଯୁକ୍ତ ନିରଞ୍ଜନ ନାୟକ, ବାଳିକା ଶିକ୍ଷା ସଂଯୋଜକ, ଶ୍ରୀ ପ୍ରଫୁଲ୍ଲ କୁମାର ବାରିକ, ଶୈକ୍ଷିକ ସଂଯୋଜିକା ଶୈଳବାଳା ବେହେରା, ଅର୍ଥ ପରାମର୍ଶଦାତା ଶ୍ରୀଯୁକ୍ତ ଅଶୋକ କୁମାର ସାମଲ, ଓ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଜିଲ୍ଲା ବିଜ୍ଞାନ ପରିଦର୍ଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ହରେନ୍ଦ୍ର ମହାନ୍ତ ମଞ୍ଚ ପରିଚାଳନା କରିଥିଲା ବେଳେ ଶିକ୍ଷକ ସୋମନାଥ ସିଂ, ସତ୍ୟ ନାରାୟଣ ନାୟକ, ନାରାୟଣ କିଂକର ଦତ୍ତ, ପୁଲକ ଚନ୍ଦ୍ର ମହାନ୍ତ, ଗରେନ୍ଦ୍ର ସିଂ, ଜଗନ୍ନାଥ ସିଂ, ଶିକ୍ଷୟିତ୍ରୀ ପଦ୍ମିନୀ ପାଢୀ, ମୌସୁମୀ ଦୀକ୍ଷିତ, ଅଶ୍ଵିନୀ କୁମାର ସିଂହ, ରାଜେଶ କୁମାର ମହାନ୍ତ ପରିଚାଳନାରେ ସହଯୋଗ କରିଥିଲେ ।

