ବାରିପଦା – ଭଂଜପୁର ଜଗଦ୍ଧାତ୍ରୀ ପୂଜା ଓ ମେଳା କମିଟି ଆନୁକୂଲ୍ୟରେ ମେଳାର ୬ଷ୍ଠ ଦିନ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରରେ ୭ ଜଣ ମହିଳା ସମେତ ମୋଟ ୪୩ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ I ମୁଖ୍ୟ ଅତିଥି ଭାବେ ବାରିପଦା ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା ଓ ସମ୍ମାନିତ ଅତିଥି ଭାବେ ଭଂଜପୁର ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ଜେନା ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ କମିଟିର କାର୍ଯ୍ୟକାରୀ ସଭାପତି କୃଷ୍ଣIନନ୍ଦ ମହାନ୍ତି, ମୁଖ୍ୟ ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ, ସମାଜସେବୀ ଅମର କୁମାର ସେଠି ଓ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ I ସମସ୍ତ ରକ୍ତଦାତାଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା I ଜି ସି ପବନ କୁମାର, ରିତେଶ ଶର୍ମା, ରାଜୀବ ଲୋଚନ ଓ ଶ୍ରୀକାନ୍ତ ପ୍ରତିହାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ I ଓଡିଶା ବ୍ଲଡ଼ ସେଣ୍ଟର, ବାରିପଦା ର ଡଃ ନୀଲେଶ ଦାସଙ୍କ ନେତୃତ୍ୱରେ ରୁଚିକା ଖୁରାନା, ପାର୍ଥସାରଥି ମହାନ୍ତ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ I ପ୍ରକାଶଥାଉକି ପ୍ରତିବର୍ଷ କମିଟି ମେଳା ମଧ୍ୟରେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥାଏ I

